କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ସ୍ଥିତ ଗୁମାଣ୍ଡି ପଞ୍ଚାୟତର କେତେକ ଗ୍ରାମରେ ଗତ କାଲିର ଭୀଷଣ କୁଆ ପଥର ବର୍ଷା ରେ ବିଭିନ୍ନ ଲୋକଙ୍କ ଘର ଚାଳ ଛପର ସହ ଘରଇ ଆସବାପତ୍ର କ୍ଷତି ହୋଇଥିବା ଲୋକଙ୍କ ଘର ଘର ବୁଲି ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପବିତ୍ର ସାଉଁନ୍ତା ସମେତ ନାରାୟଣପାଟଣାର ବ୍ଲକ୍ ସଭାପତି, ସମ୍ପାଦକ ଏବଂ ବ୍ଲକ୍ କଂଗ୍ରେସ କମିଟର ଯୁବକଙ୍କ ସହ କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯେପରିକି ଚାଉଳ, ଡାଲି, ପରିବା ଏବଂ ଘର ଚାଳ ଛପର କ୍ଷତି ଗ୍ରସ୍ତ ହୋଇଥିବା ପରିବାରଙ୍କ ନିମନ୍ତେ କିଛି ଆର୍ଥିକ ସହାୟତା କରିଥିଵା ବିଶେଷ ସୂତ୍ରରୁ ଜଣାପଡିଛି ଏହି ପ୍ରକାର ଉଦାର ମନୋଭାବ ସହ ଲୋକଙ୍କ ସୁଖଦୁଃଖର ସାଥୀ ହୋଇଥିବାରୁ ବିଧାୟକ ଶ୍ରୀ ସାଉଁନ୍ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ଶୁଅ ଛୁଟିବାରେ ଲାଗିଛି ।
କୋରାପୁଟରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର ।
More Stories
ଜୟପୁର ପାଇଁ ଅତି ଦୁଃଖର ଖବର
ନର୍ସ ଦିଦି ଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ୬ଜଣଙ୍କ ଅକାଳ ମୃତ୍ୟୁ ଘଟଣା ଶେଷରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ପ୍ରତିକ୍ରିୟା ପରେ କଂଗ୍ରେସ ଦଳ ର ପ୍ରତିକ୍ରିୟା
ଭୁଲ ଇଞ୍ଜେକ୍ସନ ଦ୍ଵାରା ୫ଜଣଙ୍କ ମୃତ୍ୟୁ