ଖୋର୍ଦ୍ଧା :, (ଆମ ଓଡିଶା ଖବର )ତା ୨୧।୪ ଯୋଗ୍ୟ ହିତାଧିକାରୀଙ୍କୁ ରାଶନ କାର୍ଡ ନଦେଲେ ରାଜ ରାସ୍ତାକୁ ଓଲାଇବେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ନିର୍ବାଚିତ ଜନପ୍ରତିନିଧି । ଆଜି ସାମ୍ବାଦିକ ସମ୍ମିଳନୀ ଡାକି ଏଭଳି ଚେତାବନୀ ଦେଇଛନ୍ତି ବୋଲଗଡ ବ୍ଲକ ଅଧ୍ଯକ୍ଷଙ୍କ ସମେତ ୧୯ ପଚାଂୟତ ସରପଂଚ ,ସମିତିସଭ୍ଯ ଓ ଜିଲ୍ଲାପରିଷଦ ସଭ୍ଯ ସଭ୍ୟା । ସରକାର ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ବାଦଦେଇ ଯୋଗ୍ୟ ହିତାଧିକାରୀଙ୍କ ନୂଆ ତାଲିକା ପ୍ରସ୍ତୁତ କରୁଛନ୍ତି । କିଭଳି ସଠିକ ଲୋକଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚିବ ଏବଂ ସେ ଲୋକ ଉପକୃତ ହେବ । କିନ୍ତୁ ବାସ୍ତବରେ ଏହି ଯୋଜନା ଯେପରି ଧର୍ମକୁ ଆଖିଠାର ପରି କହିଛନ୍ତି ନିର୍ବାଚିତ ଜନପ୍ରତିନିଧି । ସୂଚନା ଅନୁଯାୟୀ ଆଜି ସୋମବାର ପୂର୍ବାହ୍ନ ଏଗାର ଘଟିକା ସମୟରେ ବୋଲଗଡ ବ୍ଲକ ରାଜୀବଗାନ୍ଧୀ ସମ୍ମିଳନୀ କକ୍ଷରେ ଅଧ୍ଯକ୍ଷା ହୁଲ୍ଲାସ ପ୍ରଧାନଙ୍କ ଅଧ୍ଯକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା ଯେଉଁଥିରେ ଉପାଧ୍ୟକ୍ଷ,ଜିଲ୍ଲାପରିଷଦ ସଭ୍ଯ ସଭ୍ୟା,ସରପଂଚ ଏବଂ ସମିତି ମେମ୍ବର ମାନେ ସାମିଲ ହୋଇଥିଲେ । ଗ୍ରାମାଞ୍ଚଳରେ ଥିବା ଯୋଗ୍ୟ ହିତାଧିକାରୀ କିପରି ରାସନକାର୍ଡରେ ଯୋଡି ହେବେ ସେନେଇ ସମସ୍ତେ ପ୍ରସ୍ତାବ ଦେଇଥିଲେ । ବର୍ତ୍ତମାନ ବୋଲଗଡ ବ୍ଲକରେ ୩ ହଜାର ହିତାଧିକାରୀ ରାସନକାର୍ଡ ପାଇଁ ଆବେଦନ କରିଥିବା ବେଳେ ସରକାର କେବଳ ୧୪୦୦ ଲୋକଙ୍କ ରାସନକାର୍ଡ ତଦନ୍ତ କରିବା ପାଇଁ ଡାଟା ସଂଗ୍ରହ କରୁଛନ୍ତି । ସେହିପରି ବୋଲଗଡ ବ୍ଲକ ପାଇଁ ନୂଆ ରାସନକାର୍ଡ ପାଇଁ ମାତ୍ର ୬ଟି ନୂତନ କାର୍ଡ ଆସିଛି ଯାହାକୁ ନେଇ ନିର୍ବାଚିତ ଜନପ୍ରତିନିଧି ମାନେ କ୍ଷୋଭ ପ୍ରକାଶ କରିବା ସହ ଏ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ଯରେ ଏକ ଦାବି ପତ୍ର ବୋଲଗଡ଼ ବିଡିଓଙ୍କୁ ପ୍ରଦାନ କରିଛନ୍ତି । ସେପଟେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ରାସନକାର୍ଡ ଯୋଗାଇବାକୁ ସରକାରଙ୍କୁ ଜନପ୍ରତିନିଧି ମାନେ ଦାବୀ କରିଛନ୍ତି । ଯଦି ସରକାର ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି କିମ୍ବା ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ନଦିଅନ୍ତି ତେବେ ଜନପ୍ରତିନିଧି ମାନେ ରାଜରାସ୍ତାକୁ ଓଲ୍ହାଇବାକୁ କଡା ଚେତାବନୀ ଦେଇଛନ୍ତି । ଏନେଇ ବୋଲଗଡ଼ ବିଡିଓ ସୁମନ ସୁଦ୍ଧା କୁଣ୍ଡୁ କହିଛନ୍ତି ଏନେଇ ଆମେ ପୁନର୍ବାର ଏସମ୍ପର୍କରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଅବଗତ କରି ସମସ୍ଯାର ସମାଧାନ ଦିଗରେ ପଦକ୍ଷେପ ନେବୁ ।
ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।