ଖୋର୍ଦ୍ଧା (ଆମ ଓଡ଼ିଶା ଖବର ) ସେହିଭଳି ବିକାଶ ପରିଷଦର ବିକଶିତ ମଣିଷ କୈଳାସ ମହାପାତ୍ର। ୨୧ ଅପ୍ରେଲ୍ ସନ୍ଧ୍ୟା, ବିକାଶ ପରିଷଦର ଶତାଧିକ ବିକାଶ ଧାରାର କର୍ମିବୃନ୍ଦ ଙ୍କର ଅଶେଷ ସ୍ନେହ, ସହାନୁଭୁତି ଓ ଆଶୀର୍ବାଦ ତାଙ୍କ ଜୀବନରେ ଆଣିଦେଉ ଅସରନ୍ତି ଧର୍ଯ୍ୟ, ସାହସ, ନୁତନ ଚିନ୍ତାଧାରାର ପ୍ରେରଣା। ଜଗନ୍ନାଥଙ୍କ ଆଶୀର୍ବାଦ ତାଙ୍କ ଜୀବନରେ ପୁଷ୍ପ ବୃଷ୍ଟି ହେଉଥାଉ। ମୋ ଜୀବନର ବହୁ ପୁରାତନ ବନ୍ଧୁ। ୭୦ ମସିହାରେ ପରିଚୟ ହୁଏ। ଦିର୍ଘଦିନ ଅତିକ୍ରାନ୍ତ ହୋଇଯାଇଛି, ହେଲେ ଅନେକ ଅନୁଭୁତି ରହିଯାଇଛି। ଏତିକି କହିବି, କୈଳାସ ଜଣେ ନିର୍ବିକାର ମଣିଷ, ଏକାଧାରାରେ ସାହାସି, ଦିଗଦର୍ଶକ, ସ୍ବାଭିମାନୀ, ପ୍ରେରଣାର ଉତ୍ସ, ଧର୍ମ ପରାୟଣ, ପର ଉପକାରରେ ଅତୁଳନୀୟ ଅବଦାନ। କୈଳାସଙ୍କ ଅତିତ ଆଉ ବର୍ତ୍ତମାନ ଭିତରେ କିଛିଭି ଫରକ୍ ପଡିନି, ବୟସ ବଢିଛି ସତ ମନର ଆବେଗ କମିନି। ପ୍ରଭୁ ଜଗନ୍ନାଥ ତାଙ୍କୁ ସର୍ବଦା ସହାୟ ହୁଅନ୍ତୁ। ବିକାଶ ପରିଷଦର ବିକାଶର ଧାରାକୁ ପାର୍ଥେୟ କରି, ପରିଷଦର ସଂଗଠକଙ୍କୁ ଏକମୁଖି କରି ଆଗେଇ ଚାଲିଥାନ୍ତୁ।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡିଶା ଖବର।
More Stories
ଶିଥିଳ ହେଲା ମୌସୁମୀ,ବାଧା ସାଜିଲା ପଶ୍ଚିମାଝଡ଼, ରଜ ବେଳକୁ ବର୍ଷା ହେବା ସମ୍ଭାବନା।
ବାଉରୀବନ୍ଧୁ ମହାବିଦ୍ୟାଳୟରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ।
ଗଛକୁ ପିଟିଲା ଗ୍ଲାମର ଗାଡି ଘଟଣା ସ୍ଥଳରେ କଲେଜ ଛାତ୍ରଙ୍କ ମୃତ l