ଗଭୀର ଦୁଃଖ ପ୍ରକାଶ କଲେ କୋଦଳା ଅଧ୍ୟକ୍ଷ
ବେଗୁନିଆପଡା, (ଆମ ଓଡିଶା ଖବର):ଦୁଃଖରେ ଭାଙ୍ଗି ପଡିଛି ସାରା କୋଦଳା | କାହା ଆଖିରୁ ଲୁହ ଶୁଖୁନି ତ ପୁଣି କିଏ ଝୁରି ଝୁରି ତାଙ୍କୁ ମନେ ମନେ ଖୋଜୁଛି | ରାସ୍ତା କଡ଼ରେ ଥିବା ପ୍ରବଳ ଜନ ଗହଳି ଏହା ପ୍ରମାଣିତ କରୁଛି ଯେ ସେ କେତେ ହୃଦୟବାନ ବ୍ୟକ୍ତିତ୍ୱ ଥିଲେ | କାନ୍ଦ ବୋବାଳି ରେ କୋଦଳା ମାଟି ସମ୍ପୂର୍ଣ ଫାଟି ପଡୁଥିବା ବେଳେ ହଜାର ହଜାର ଲୋକଙ୍କ ଆଖିରୁ କେବଳ ଲୁହ ଆଉ ଲୁହ ଝରୁଥିଲା | ଆଜ୍ଞା ଏହି ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଥିବା ବିଜେପି 210 ନମ୍ବର ବୁଥ ସଭାପତି ହୀନ ପ୍ରଧାନଙ୍କ କଥା | ଦୁଇ ଦିନ ତଳେ ବାଇକରୁ ପଡି ମୁଣ୍ଡ ମାଡ଼ ହେବା ପରେ ତାଙ୍କୁ ସଂଗେ ସଂଗେ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲ କୁ ନିଆଯାଇଥିଲା | ହେଲେ ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ୱେ ହୀନ ଆଉ ବଞ୍ଚି ପାରି ନଥିଲେ | ଖବର ପାଇବା କ୍ଷଣି କୋଦଳାରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା | ମର ଶରୀର କୋଦଳାରେ ପହଂଚିବା କ୍ଷଣି ଏକ ବାଇକ ଶୋଭାଯାତ୍ରାରେ ତାଙ୍କ ଵାସ ଭବନକୁ ନିଆଯାଇଥିଲା | ସେଠାରେ ସମସ୍ତେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ | କୋଦଳା ନଗରପାଳ ସୂର୍ଯ୍ୟ ନାରାୟଣ ନାୟକ ମଧ୍ୟ ଏହି ଘଟଣାରେ ଗଭୀର ମର୍ମାହତ ହେବା ସହ ମରଶରୀର ଶୋଭାଯାତ୍ରାରେ ସାମିଲ ହୋଇ ପରିବାର ଲୋକଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ | ହୀନ ଙ୍କ ମର ଶରୀରକୁ ଦେଖିବା ପାଇଁ ଗାଁର ଶହ ଶହ ମହିଳା, ପୁରୁଷ, ଯୁବକ ରୁଣ୍ଡ ହୋଇଥିଲେ | ଶେଷରେ କୋଦଳା ସ୍ମଶାନରେ ହୀନ ଙ୍କ ଶେଷ କୃତ ସମ୍ପନ୍ନ ହୋଇଥିଲା | ତେବେ ହୀନ ଙ୍କ ମୃତ୍ୟୁ ରେ ସମସ୍ତେ ଭାଙ୍ଗି ପଡ଼ିଥିବା ବେଳେ ହୀନଙ୍କ ମୃତ୍ୟୁ ଏହା ପ୍ରମାଣିତ କରୁଛି ଯେ ସେ କେତେ ମିଷ୍ଟଭାସି, ଦୟାଳୁ ଓ ପରୋପକାରୀ ଯୁବକ ଥିଲେ | ଏହି ଶୋଭାଯାତ୍ରାରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମନୋଜ ପାଣ୍ଡୀଙ୍କ ସମେତ ଶହ ଶହ ଯୁବକ ସାମିଲ ଥିଲେ |
ରିପୋର୍ଟ :ଦେବାଶିଷ ମହାରଣା
More Stories
ନକଲି ପ୍ରମାଣପତ୍ରରେ ଚାକିରି ଆଉ ୫ ଜଣ ଅଭିଯୁକ୍ତ ଗିରଫ।
ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପିର ସାଙ୍ଗଠନିକ ବୈଠକ ।
ଭୁବନେଶ୍ବର ଆଇନ ମହାବିଦ୍ୟାଳୟକୁ ମିଳିଲା ବିସିଆଇ ଅନୁମୋଦନ।