ଆସିକା ବିଜ୍ଞାନ ମହାବିଦ୍ୟାଳୟ ହିନ୍ଦୀ ଏବଂ ରାଜନିତୀ ବିଭାଗର ସଫଳତା।

(ଅକ୍ଳାନ୍ତ ପରିଶ୍ରମ ହିଁ ଶ୍ରେଷ୍ଠତାର ମୂଳମନ୍ତ୍ର-ଟପ୍ପର ଛାତ୍ରଛାତ୍ରୀ)

ଗଞ୍ଜାମ:(ଆମ ଓଡିଶା ଖବର)ତା ୨୩/୪: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ତରରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଜନୈକ ହିନ୍ଦୀ ଅନର୍ସ ଛାତ୍ର ଶ୍ରୀ ସମିର ସ୍ବାଇଁ ମୋଟ ୧୨୫୨ (୮୯.୪୨%) ମାର୍କ ରଖି ସ୍ନାତକ ହିନ୍ଦୀ ଭାଷା ସାହିତ୍ୟରେ ଏବଂ ଜନୈକ ରାଜନିତୀ ବିଜ୍ଞାନ ଅନର୍ସ ଛାତ୍ରୀ ମାମୁନୀ ନାହାକ ଶ୍ରୀ ନାହାକ ୧୨୩୧ (୮୮%)ମାର୍କ ରଖି ସ୍ନାତକ ରାଜନିତୀ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଳଂକୃତ କରି ସଫଳତା ହାସଲ କରିଛନ୍ତି। ଛାତ୍ର ଶ୍ରୀ ସ୍ବାଇଁ ଆସିକା ବ୍ଳକ ଅଧୀନସ୍ଥ ଚ଼େରମାରିଆ ଗ୍ରାମ ନିବାସୀ ଶ୍ରୀ ଅମୀର ସ୍ବାଇଁ ଏବଂ ଶ୍ରୀମତୀ ସକୁନ୍ତଳା ସ୍ବାଇଁଙ୍କ ସୁଯୋଗ୍ୟ ସନ୍ତାନ ଅଟନ୍ତି। ଛାତ୍ରୀ ସୁଶ୍ରୀ ନାହାକ ଆସିକା ବ୍ଳକ ଅନ୍ତର୍ଗତ କେ. ଲଚ୍ଛମନପଲ୍ଲୀ ଗ୍ରାମ ନିବାସୀ ଶ୍ରୀ ପବିତ୍ର ନାହାକ ଏବଂ ଶ୍ରୀମତୀ ନର୍ମଦା ନାହାକଙ୍କ ସୁଯୋଗ୍ୟା କନ୍ୟା ଅଟନ୍ତି। ଉଭୟେ ଏହି ସଫଳତାର ଶ୍ରେୟ ନିଜର ଅକ୍ଳାନ୍ତ ପରିଶ୍ରମ, ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପରିମାର୍ଜିତ ଶୈକ୍ଷିକ ବାତାବରଣ ଏବଂ ଯୋଜନାବଦ୍ଧ ପଦକ୍ଷେପ, ହିନ୍ଦୀ ବିଭାଗ ମୁଖ୍ୟ ଡ. ଜିନିତ୍ ସବା, ହିନ୍ଦୀ ଅଧ୍ୟାପକ ଶ୍ରୀ ରାଜେଶ୍ କୁମାର ସାହୁ ଏବଂ ହିନ୍ଦୀ ଅଧ୍ୟାପିକା ସୁଶ୍ରୀ କୁନିକା ଦାଶ ତଥା ଏବଂ ରାଜନିତୀ ବିଜ୍ଞାନ ବିଭାଗ ମୁଖ୍ୟ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ଅଧ୍ୟାପିକା ସୁଶ୍ରୀ ମିନତୀ ବେହେରା ଏବଂ ଅଧ୍ୟାପକ ଗୌତମ ମାଝୀଙ୍କ ବଳିଷ୍ଠ ପ୍ରେରଣା ତଥା ମାର୍ଗ ଦର୍ଶନ ଏବଂ ପରିଶେଷରେ ଉଭୟେ ଈଶ୍ବରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଅନ୍ୟ ବିଭାଗଗୁଡିରର ସ୍ନାତକ ଫଳାଫଳ ମଧ୍ୟ ଅତ୍ୟନ୍ତ ଉନ୍ନତମାନର ପରଲକ୍ଷିତ ହୋଇଅଛି। ସେହି ବିଭାଗ ଗୁଡିକ ହେଲା – ପୁନଃ ରାଜନିତୀ ବିଜ୍ଞାନ ସମ୍ମାନ ଛାତ୍ରୀ ସୁଶ୍ରୀ ମାମାଶ୍ରୀ ନାହାକ ୧୧୬୩ ମାର୍କ ରଖି ପଞ୍ଚମ ସ୍ଥାନ, ଇଂରାଜୀ ସମ୍ମାନର ଛାତ୍ରୀ ସୁଶ୍ରୀ ରୂପାଲି କୁମାରୀ ମହାନ୍ତି ୧୦୦୩ ମାର୍କ ରଖି ଦଶମ ସ୍ଥାନ, ଉଦ୍ଭିଦ ବିଜ୍ଞାନ ସମ୍ମାନ ଛାତ୍ରୀ ସୁଶ୍ରୀ ଆରତୀ ବେହେରା ୧୨୬୦ ମାର୍କ ରଖି ଚତୁର୍ଥ ସ୍ଥାନ, ହିନ୍ଦୀ ଭାଷା ସାହିତ୍ୟ ସମ୍ମାନର ଅନ୍ୟ ନଅ ଜଣ ଛାତ୍ରୀଛାତ୍ର ସୁଶ୍ରୀ ଉତ୍କର୍ଷିକା ଆଚାରୀ ୧୨୪୧ ମାର୍କ ରଖି ଦ୍ବିତୀୟ ସ୍ଥାନ, ପ୍କିୟଙ୍କା ଗୌଡ଼ ୧୧୫୨ ମାର୍କ ରଖି ତୃତୀୟ ସ୍ଥାନ, ସ୍ବରୂପା ରାଣୀ ରାଉତ ୧୧୩୭ ମାର୍କ ରଖି ଚତୁର୍ଥ ସ୍ଥାନ, ରେଶମା ରାଣୀ ପରିଡ଼ା ୧୧୩୪ ମାର୍କ ରଖି ପଞ୍ଚମ ସ୍ଥାନ, ପ୍ରିୟଦର୍ଶନୀ ପ୍ରଧାନ ୧୧୧୫ ମାର୍କ ରଖି ଷଷ୍ଠ ସ୍ଥାନ, କେ. ମମତା ରେଡ୍ଡି ୧୦୮୫ ମାର୍କ ରଖି ସପ୍ତମ ସ୍ଥାନ, ସାଧନା ମହାନ୍ତି ୧୦୮୦ ମାର୍କ ରଖି ଅଷ୍ଟମ ସ୍ଥାନ, ରଶ୍ମୀ କୁମାରୀ ସାହୁ ୧୦୭୯ ମାର୍କ ରଖି ନବମ ସ୍ଥାନ, ଶ୍ରୀ ସରୋଜ ସ୍ବାଇଁ ୧୦୭୧ ମାର୍କ ରଖି ଦଶମ ସ୍ଥାନ ଅଳଂକୃତ କରିଛନ୍ତି। ଏହି ସଫଳତାର ପ୍ରଚ୍ଛଦପଟରେ ମହାହିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପିକା ଏବଂ ଅଧ୍ୟାପକଙ୍କ ଯୋଗଦାନ ଏବଂ ମାର୍ଗଦର୍ଶନକୁ ଅତ୍ୟନ୍ତ ପ୍ରସଂଶନୀୟ ବୋଲି ଛାତ୍ରଛାତ୍ରୀମାନେ ଦୃଢୋକ୍ତି ରଖିଛନ୍ତି। ଉଭୟ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଟପ୍ପର ଶ୍ରୀ ସମୀର ସ୍ବାଇଁ ନିଜ ଭବିଷ୍ୟତ ଜୀବନକୁ ଏକ ଅଧ୍ୟାପକ ରୂପେ ଗଢ଼ିତୋଳିବା ପାଇଁ ମନସ୍ତ କରିଥିବା ବେଳେ ଛାତ୍ରୀ ସୁଶ୍ରୀ ମାମାଶ୍ରୀ ନାହାକ ଭବିଷ୍ୟତରେ ଦେଶର ପ୍ରଶାସନିକ କ୍ଷେତ୍ରରେ ନିଯୁକ୍ତି ପାଇବା ପାଇଁ ଅଭିଳାଷା ରଖିଛନ୍ତି। ସୂଚ଼ନା ଯୋଗ୍ୟ ଆଜକୁ ପ୍ରାୟ ଦୀର୍ଘ ୧୪ବର୍ଷ ହେଲା ଜାତୀୟ ରାଷ୍ଟ୍ରଭାଷା ହିନ୍ଦୀ ବିଭାଗରେ ଆସିକା ବିଜ୍ଞାନ ମହାହିଦ୍ୟାଳୟର ହିନ୍ଦୀ ଛାତ୍ରଛାତ୍ରୀମାନେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଲଗାତାର ସର୍ବଶ୍ରେଷ୍ଠ ରୂପେ ଯୋଗ୍ୟ ବିବେଚିତ ହୋଇଆସୁଛନ୍ତି ଏବଂ ବିଗତ ବର୍ଷରେ ଦୁଇ ଥର ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଦୁଇ ଜଣ ହିନ୍ଦୀ ସମ୍ମାନର ମେଧାବୀ ଛାତ୍ରୀ ହିନ୍ଦୀ ଭାଷା ସାହିତ୍ୟରେ ଟପ୍ପର ସହ କଳାରେ ମଧ୍ୟ ସର୍ବଶ୍ରେଷ୍ଠ ସ୍ନାତକ ରୂପେ ଗୋଲ୍ଡ ମେଡାଲ୍ ହାସଲ କରିଛନ୍ତି।

ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

error: Content is protected !!