ଅଞ୍ଚରେ ଶୋକର ଛାୟା
ବେଗୁନିଆପଡା, (ଆମ ଓଡିଶା ଖବର):ବୁଧବାର ପ୍ରାତଃ ସମୟ ଥିଲା ବୁରୁଝରୀ ପଞ୍ଚାୟତ ତଥା ବେଗୁନିଆପଡା ବ୍ଲକ ଅଞ୍ଚଳ ପାଇଁ ଏକ ଦୁଃଖଦ ମୁହୂର୍ତ୍ତ | କାରଣ ଏହିଦିନ ଏହି ମାଟିର ପାଣି ପବନରେ ବଢିଥିବା ଜଣେ ଟାଣୁଆ ନେତା,ଶିକ୍ଷକ,ବୁଦ୍ଧିଜୀବୀ ତଥା ବିଶିଷ୍ଟ ରାଜନୀତିଜ୍ଞ ବିଷ୍ଣୁ ପ୍ରସାଦ ନାୟକ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଯାଇଥିଲେ | ଦୀର୍ଘ ଦିନ ହେବ ସ୍ବର୍ଗତ ନାୟକ ଯକୃତ ରୋଗରେ ପୀଡିତ ରହି ଦିଲ୍ଲୀରେ ଚିକିଶ୍ଚିତ ହେଉଥିଲେ | ହେଲେ ରୋଗ ବ୍ୟାଧିରୁ ସୁସ୍ଥ ହେବା ପରିବର୍ତ୍ତେ ତାଙ୍କ ଦେହ ଅଧିକରୁ ଅଧିକ ବିଗିଡିବାରେ ଲାଗିଥିଲା | ଫଳରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ 53ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଥିଲା | ଖବର ପାଇବା କ୍ଷଣି ତାଙ୍କର ଶୁଭେଛୁ, ରାଜନୈତିକ ବନ୍ଧୁ, ଶିକ୍ଷକ ଓ ଛାତ୍ର ଛାତ୍ରୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ | ନିଜ ମାଟିର ଜଣେ ବିଶିଷ୍ଠ ଲୋକକୁ ହରାଇ ସମସ୍ତେ ମର୍ମାହତ ଥିବା ଭଳି ମନେ ହେଉଥିଲା | ତେବେ ବୁଧବାର ଦଶଟା ସମୟରେ ତାଙ୍କର ମର ଶରୀର ବୁରୁଝରୀରେ ପହଂଚିବା ପରେ ଏକ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରାଯାଇଥିଲା | ପରେ ଗାଁ ସ୍ମଶାନରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଥିଲା | ସ୍ବର୍ଗତ ନାୟକ ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ଶିକ୍ଷାଦାନ କରି ଆସୁଥିବା ବେଳେ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନଶିକ୍ଷକ ଶ୍ରୀ ତ୍ରିନାଥ ନାହାକଙ୍କ ସମେତ ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀ | ଯାହାକୁ ନେଇ ଉକ୍ତ ସ୍କୁଲ ପରିସରରେ ଗୁରୁବାର ଦିନ ଏକ ଶୋକସଭା ଆୟୋଜିତ ହୋଇଥିଲା | ସମସ୍ତେ ଏକ ସ୍ୱରରେ ବିଷ୍ଣୁ ନାୟକ ଅମର ରହେ ସ୍ଲୋଗାନ ଦେଇ ସ୍ବର୍ଗତ ନାୟକ ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ଅବର୍ତମାନ ସମସ୍ତଙ୍କୁ ବ୍ୟଥିତ କରିଛି ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ | ତେବେ ସ୍ବର୍ଗତ ନାୟକଙ୍କ ପରିବାରରେ ଦୁଇ ପୁଅ ଥିବା ବେଳେ ଉକ୍ତ ପରିବାରକୁ ଭଗବାନ ସାହସ ଓ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି କହିଥିଲେ ପ୍ରଧାନଶିକ୍ଷକ ଶ୍ରୀ ନାହାକ |
ରିପୋର୍ଟ :ଦେବାଶିଷ ମହାରଣା
More Stories
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।
ଏନ୍.ସି.ସିର ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ।
ମା ଠାକୁରାଣୀ ବୁଡ଼ ଯାତ୍ରା ଉପଲକ୍ଷେ କନିଆରୀବାଡ଼ି ଗ୍ରାମରେ ରାମାୟଣ ନାଟକ ମଞ୍ଚସ୍ଥ