ଗଞ୍ଜାମ ଜିଲ୍ଲା :- ( ଆମ ଓଡିଶା ଖବର)ଆଜ ଅର୍ଥାତ ୨୪/୦୪/୨୦୨୫ ଆସିକା ବ୍ଳକ ଅଫିସ ଓ ଜୟପୁର ପଞ୍ଚାୟତ ଅଫିସ ରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ସରୋଜ କୁମାର ପାଢୀ ଶ୍ରେଷ୍ଠ ୬ ଟି ପଞ୍ଚାୟତ ର ପି.ଇ.ଓ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଆସିକା ବ୍ଳକ ର ୬ ଟି ପଞ୍ଚାୟତ କାର୍ଯ୍ୟ ଓ ରେଭେନିୟୁ ଆଦାୟ ରେ ଶ୍ରେଷ୍ଠ ବିବେଚିତ।ସେଥି ମଧ୍ୟରୁ ଜୟପୁର ପଞ୍ଚାୟତ ଓ ମୁନିଗାଡି ପଞ୍ଚାୟତ “ଏ” ଗ୍ରେଡ଼ ମାନ୍ୟତା ପାଇଛନ୍ତି।ଡବଲ ଇଞ୍ଜିନ ସରକାର ଏ ଗ୍ରେଡ଼ ମାନ୍ୟତା ପାଇଥିବା ପଞ୍ଚାୟତ କୁ ୭ ଲକ୍ଷ ୭୨ ହଜାରଅର୍ଥ ରାଶି ଅଧିକା ପ୍ରଦାନ କରିଛନ୍ତି ମୋହନ୍ ସରକାର।୬ଟି ଶ୍ରେଷ୍ଠ ପଞ୍ଚାୟତ ଯଥା – ଜୟପୁର, ମୁନିଗାଡି,ଖାରିଆ,ବଡଖୋଲି, ହରିଡ଼ା ପଦର ଓ ଗୁଣ୍ଠ ପଡ଼ା ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ଯଥା ଜୟପୁର ପଞ୍ଚାୟତ ପି.ଇ.ଓ ସୁଶାନ୍ତ କୁମାର ଭୂୟାଁ ଏବଂ ଅନ୍ୟ ୫ ପି.ଇ.ଓ ଙ୍କୁ ବିଧାୟକ ଶ୍ରୀ ପାଢ଼ୀ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ମଞ୍ଚ ଉପରେ।ମଞ୍ଚରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଆସିକା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଲିପିନା ଦାଶ,ଯୋଗାଣ ଅଧିକାରୀ ଶ୍ରୀମତୀ ସରମିଷ୍ଟ୍ରା ଦଳବେହେରା, ମିସ୍ ରାଜଶ୍ରୀ ସାହୁ ( ଜି.ପି.ଡି.ଓ ) ଏବଂ ବ୍ଳକ ର ସମସ୍ତ ଅଧିକାରୀ ଙ୍କ ଉପସ୍ଥିତି ସହିତ ସମସ୍ତ ପଞ୍ଚାୟତ ର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ।


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?