ବେଗୁନିଆପଡା ବ୍ଲକ ପରିସରରେ ପଞ୍ଚାୟତିରାଜ ଦିବସ ପାଳିତ

ବେଗୁନିଆପଡା, (ଆମ ଓଡିଶା ଖବର):ଭାରତ ଗଣତନ୍ତ୍ର ଶାସନରେ ପରିଚାଳିତ ହୋଇଥାଏ । ଲୋକମାନେ ନିଜ ପାଇଁ ସରକାରଙ୍କୁ ବାଛିଥାନ୍ତି ।ଯେମିତି ଦେଶ ବା ରାଜ୍ୟ ଶାସନ କରିବା କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ କାମ ସେମିତି ହିଁ ଦେଶ ପରିଚାଳନା ପାଈଁ ବିଭିନ୍ନ ସ୍ତର ପ୍ରଚଳିତ ହୋଇ ଆସୁଛି । ଗ୍ରାମ ସ୍ତରରେ ଗ୍ରାମପଞ୍ଚାୟତ, ବ୍ଲକ ସ୍ତରରେ ପଞ୍ଚାୟତ ସମିତି ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦକୁ ନେଇ ଏକ ବ୍ୟବସ୍ଥା କରାଯାଇଛି, ଯାହାକୁ ତ୍ରୀସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ବୋଲି କୁହାଯାଏ ।ସେଥ‌ିପାଇଁ ପ୍ରତିବର୍ଷ ୨୪ ଏପ୍ରିଲକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଏ । ଏହା ୨୦ ୨୦୧୦ରେ ପ୍ରଥମ ଥର ପାଇଁ ପାଳନ ହୋଇଥିଲା। ଏହାକୁ ୧୯୯୨ରେ ସମ୍ବିଧାନର ୭୩ ତମ ସଂଶୋଧନ ପ୍ରଣୟନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଗୁରୁବାର ବେଗୁନିଆପଡା ବ୍ଲକ ପରିସରରେ ଏହି ଦିବସକୁ ପାଳନ କରାଯାଇଛି | ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରିଣୀ ସସ୍ମିତା ଶତପଥିଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସନମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଆଲୋକ କୁମାର ଶତପଥି ଯୋଗଦେଇ ପଂଚାୟତି ରାଜ ବ୍ୟବସ୍ଥା ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ | ଓଡିଶାର ବରପୁତ୍ର କେବଳ ବିଜେଡି ର ନୁହନ୍ତି ବରଂ ସେ ସାରା ଓଡିଶାର ଗର୍ବ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ ଶ୍ରୀ ଶତପଥି | ସନମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼ ଯୋଗ ଦେଇଥିବା ବେଳେ ଜିପିଇଓ ଅଶୋକ କୁମାର ଜେନା ସଭା ପରିଚାଳନା କରିଥିଲେ | ଏହି ଅବସରରେ ବ୍ଲକରେ ଭଲ କାର୍ଯ୍ୟ କରିଥିବା ପଞ୍ଚାୟତ ଭାବେ ବୁରୁଝରୀ, କୁମ୍ଭାରଗାଁ ପଞ୍ଚାୟତକୁ ସନମାନିତ କରାଯାଇଥିଲା | ବ୍ଲକ ର ବିଭିନ୍ନ ବିଭାଗରେ ଭଲ କାର୍ଯ୍ୟ କରୁଥିବା ଅଧିକାରୀ ତଥା କର୍ମଚାରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ସାହୁ ଙ୍କ ସମେତ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ, ବିଭିନ୍ନ ବିଭାଗର କର୍ମଚାରୀ ଙ୍କ ସମେତ ବିଭିନ୍ନ ପାଞ୍ଚୟତର ଜନ ପ୍ରତିନିଧି ଓ ମିଶନ ଶକ୍ତି ମହିଳା ଉପସ୍ଥିତ ଥିଲେ |

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!