ବିକାଶ ପଥେ କୋଦଳା ଏନ ଏସି l

ରିପୋର୍ଟ (ଦେବାଶିଷ)

କୋଦଳା (ଆମ ଓଡ଼ିଶା ଖବର )ବିକାଶ ପଥେ କୋଦଳା ଏନଏସି | ଦୀର୍ଘ କୋଡିଏ ବର୍ଷ ଧରି କୋଦଳା ଏନଏସି ରେ ବିକାଶ ନାମରେ ଡିଣ୍ଡିମ ପିଟୁଥିବା ନେତା ଙ୍କୁ ଏହା ହେଉଛି ଶକ୍ତ ଚାପୁଡ଼ା | କାରଣ ଚଳିତ ଯୋଜନାର ଦୁଇ ବର୍ଷ ମଧ୍ୟରେ କୋଦଳା ର ବିକାଶ ହିଁ ବିକାଶ ହେଉଥିବା ପରିଲିକ୍ଷିତ ହେଉଛି | ଏହା ସମ୍ଭବ ହୋଇଛି କେବଳ ଏନଏସି ବାସୀ ଙ୍କ ସହଯୋଗ ତଥା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଙ୍କ ଆନ୍ତରିକତା ଯୋଗୁଁ | ଯାହାକୁ ନେଇ ବିପକ୍ଷ ଛାନିଆ | ଦୀର୍ଘ ଦିନ ଧରି ଯେଉଁ କାର୍ଯ୍ୟ ଅଟକି ରହୁଥିଲା ତାହାକୁ ଅତି ସହୃଦୟତା ର ସହିତ ପୂରଣ କରି ବିକାଶ ପଥରେ ଆଗେଇ ଚାଲିଛନ୍ତି ଶ୍ରୀ ନାୟକ |କୋଦଳା ଏନଏସି ର ସମସ୍ତ ବାର୍ଦ୍ଧକ୍ୟ ଭତ୍ତା ତଥା ବିଧବା ଭତ୍ତା ପାଇବାକୁ ଯୋଗ୍ୟ ଥିବା ହିତାଧିକାରୀ ଙ୍କୁ ମିଳିଛି ସେମାନଙ୍କ ବର୍ଦ୍ଧିତ ପ୍ରାପ୍ୟ | ଗତ ଦୁଇ ଦିନ ଧରି ଏନଏସି ର ସମସ୍ତ ହିତାଧିକାରୀ ଙ୍କୁ ମିଳିଛି ବର୍ଦ୍ଧିତ ପ୍ରାପ୍ୟ ଏଵଂ ପରବର୍ତୀ ମୁହୂର୍ତ୍ତରେ ଅନ୍ୟ ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରାପ୍ୟ ମିଳିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ଶ୍ରୀ ନାୟକ | ତେବେ ଦୀର୍ଘ କୋଡିଏ ବର୍ଷ ଧରି ହିତାଧିକାରୀ ଚି଼ହ୍ନଟ ପ୍ରକ୍ରିୟାରେ ମାତ୍ର ନଅ ଶହ ହିତାଧିକାରୀ ସାମିଲ ହୋଇଥିବା ବେଳେ ଗତ ଦୁଇ ବର୍ଷ ମଧ୍ୟରେ ଏନଏସି ଅଧ୍ୟକ୍ଷ ଚାରି ଶହ ରୁ ଉର୍ଦ୍ଧ ହିତାଧିକାରୀ ଙ୍କୁ ଚି଼ହ୍ନଟ କରି ସେମାନଙ୍କୁ ଭତ୍ତା ପାଇବାରେ ସହଯୋଗ କରି ପ୍ରଶଂସା ସାଉଁଟିଛନ୍ତି | କେବଳ ଏତିକି ନୁହେଁ ରାସ୍ତା ଘାଟ ନିର୍ମାଣ ହେଉ ଅବା ସୌନ୍ଦର୍ଜୀକରଣ କିମ୍ବା ପାନୀୟ ଜଳ ସୁବିଧା, ଯାହାର ସମସ୍ତ ଯୋଜନା କୁ ସିଧା ସଳଖ ନିଜେ ଉପସ୍ଥିତ ରହି ତଦାରଖ କାର୍ଯ୍ୟ କରୁଛନ୍ତି ଶ୍ରୀ ନାୟକ | ଆଗକୁ ମଧ୍ୟ ସେ କୋଦଳା ର ଉନ୍ନତି ପାଇଁ କାର୍ଯ୍ୟ ଜାରୀ ରହିବ ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ |

error: Content is protected !!