ବେଗୁନିଆପଡା,(ଆମ ଓଡିଶା ଖବ): ପୁଣି ଅଶାନ୍ତ ହେଲା ଗଞ୍ଜାମ। ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଶାଳବଣ ଗାଁ ଜଙ୍ଗଲରେ ରବିବାର ଦୁଇ ଭାଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି। କୋଉ କାରଣରୁ ସେମାନଙ୍କୁ ହତ୍ୟା କରି ଜାଳି ଦିଆ ଯାଇଛି ତାର କୌଣସି ସ୍ପଷ୍ଟ ସୂଚନା ନଥିବା ବେଳେ ମୃତକ ଦୁଇ ଭାଇ ହେଉଛନ୍ତି ସୁମୁଣ୍ଡଳ ଗାଁର ସଞ୍ଜୟ ବାରିକ(ବଡ) ଓ ଅଜୟ ବାରିକ(ସାନ)। ଘଟଣା ସ୍ଥଳରେ ବେଗୁନିଆପଡ଼ା ପୋଲିସ, ପୁରୁଷୋତ୍ତମପୁର ଏସଡିପିଓ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି।
ସୂଚନାନୁଯାୟୀ, ଆଜି ସକାଳେ ୨ଟି ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦିଆଯାଇଥିଲା। ଘଟଣା ସ୍ଥଳରେ ବେଗୁନିଆପଡ଼ା ପୋଲିସ, ପୁରୁଷୋତ୍ତମପୁର ଏସ୍ଡିପିଓ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ୍କୁ ଅପେକ୍ଷା କରାଯାଇଛି। ପରେ ଘଟଣା ସଂପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ପୋଲିସ କହିଛି । ତେବେ ୨ ଭାଇଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି।
ରିପୋର୍ଟ :ଦେବାଶିଷ ମହାରଣା
More Stories
ବି.ନୁଆଁପଲ୍ଲୀରେ ଜଣେ ଯୁବକଙ୍କୁ ହତ୍ୟା!
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ
ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର,୬୩ ୟୁନିଟ ରକ୍ତ ସଂଗୃହିତ