ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଜନତା ବିହାର ସ୍ଥିତ ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ରେଡ କ୍ରସ ତରଫରୁ ପଞ୍ଚାୟତରାଜ ଦିବସ ଅଧ୍ୟକ୍ଷା ଶ୍ରୀମତୀ ମମତା କୁମାରୀ ପାଢ଼ୀଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି | ଯୁବ ରେଡ କ୍ରସ ପରାମର୍ଶଦାତା ଶ୍ରୀ ସୂର୍ଯ୍ୟ ନାରାୟଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ | ପଞ୍ଚାୟତରାଜ ଵିଵସ ର ମହତ୍ତ୍ୱ ଉପରେ ଆଲୋକପତ କରାଯାଇଥିଲା | ଶ୍ରୀ ଋଷିନାଥ ଚର୍ଚ୍ଚି, ପି ରାଜେଶ ପାତ୍ର, ଅରୁଣ ମଣ୍ଡଳ, ରାଜେଶ ଗୌଡ଼, ଜ୍ୟୋଷ୍ଣା ନାୟକ, ରମେଶ ଚନ୍ଦ୍ର ଗୌଡ଼, ରମେଶ ଚନ୍ଦ୍ର ନାୟକ, ମହେଶ୍ୱର ମହାନ୍ତି, ଅଚ୍ୟୁତାନନ୍ଦ ଡାକୁଆ ପ୍ରମ୍ମୁଖ ସହଯୋଗ କରିଥିଲେ | ସ୍ବେଛାସେବୀ ମାନଙ୍କୁ ମିଠେଇ ବଣ୍ଟନ କରାଯାଇଥିଲା | ପରିଶେଷରେ ଖେଳ ଶିକ୍ଷକ ଶ୍ରୀ ଋଷିନାଥ ଚର୍ଚ୍ଚି ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l