Date ୨୭/୦୪/୨୦୨୫
(ଆମ ଓଡିଶା ଖବର) କୋରାପୁଟରେ ଆୟୋଜିତ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଲେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା। ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ଓ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ ସବୁ ସମସ୍ୟାର ସମାଧାନ କରିବା ନିମନ୍ତେ ଏକତ୍ରିତ ହେଇଥିଲେ ସମସ୍ତ ଅନୁସୂଚିତ ଜାତି, ଜନଜାତି ବର୍ଗର ଜନପ୍ରତିନିଧି ପ୍ରଶାସକ ଏବଂ ବୁଦ୍ଧିଜୀବୀ | ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ମାନ୍ୟବର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ କୋରାପୁଟ ଶ୍ରୀ ସପ୍ତଗିରି ଶଙ୍କର ଉଲ୍ଲକା, ବିଧାୟକ କୋରାପୁଟ ଶ୍ରୀ ରଘୁରାମ ମାଛ, ବିଧାୟକ ଲକ୍ଷ୍ମୀପୁର ଶ୍ରୀ ପବିତ୍ର ସାଉଁନ୍ତା, ବିଧାୟକ କୋଟପାଡ଼ ଶ୍ରୀ ରୁପୁ ଭତ୍ରା, ବିଧାୟକ ମାଲକାନଗିରି ଶ୍ରୀ ନରସିଂହ ମାଡକାମୀ, ବିଧାୟକ ନବରଙ୍ଗପୁର ଶ୍ରୀ ଗୌରୀ ମାଝୀ, ପୂର୍ବତନ ବିଧାୟକ ମାଲକାନଗିରି ଶ୍ରୀ ନିମାଇ ସରକାର, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଶସ୍ମିତା ମେଲେକା, ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତେ ମିସି ଅନୁସୂଚିତ ଜାତି ଓ ଜନଜାତିର ଆସନ୍ତା ଦିନରେ ଉନ୍ନତି ପାଇ ଅଣ୍ଟା ଭିଡି ଥିବା ଦେଖିବାକୁ ମିଳିଛି । ଏହି ବୈଠକର ଫଳା ଫଳ ଭବିଷ୍ୟତରେ ପ୍ରସ୍ଫୁଟିତ ହେଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଉପକୃତ ହେବାର ଆଶା ରଖାଯାଉଛି, କ’ଣ ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ସୁନେଲି କିରଣ ଜାଗି ଉଠିବ କି ? ଏହା କେବଳ ସମୟ ହିଁ କହିବ l
କୋରାପୁଟ ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର
More Stories
ଜନନୀ ସୁରକ୍ଷା ଫେଲ୍, ଗର୍ଭବତୀ ମହିଳା ଦୁଇ-କାନ୍ଧରେ ବୁହା ହେଲେ ୫ କି.ମି. ପରେ ଅଟୋ ଯୋଗେ ହସ୍ପିଟାଲ ପହଞ୍ଚିଲେ ।
କୋରଗୁଡା ଗ୍ରାମରେ ପାଣି ସମସ୍ୟାର ସମାଧାନ ପାଇଁ ଲଷ୍ମୀପୂର ଜୋନ-୨ ଜିଲ୍ଲା ପରିଷଦ ଗୋସ୍ତ କରି ଗ୍ରାମ ବାସିଙ୍କ ସହ ଆଲୋଚନା ।
କାଳ ବୈଶାଖୀ ତାଣ୍ଡବରେ ତିନି ପରିବାର ଅଳ୍ପ କେ ବୋର୍ତିଲେ କଲମ୍ ଗୁଡା ଗ୍ରାମ ବାସୀ।