କୋରଗୁଡା ଗ୍ରାମରେ ପାଣି ସମସ୍ୟାର ସମାଧାନ ପାଇଁ ଲଷ୍ମୀପୂର ଜୋନ-୨ ଜିଲ୍ଲା ପରିଷଦ ଗୋସ୍ତ କରି ଗ୍ରାମ ବାସିଙ୍କ ସହ ଆଲୋଚନା ।

କୋରାପୁଟ ଜିଲ୍ଲା (ଆମ ଓଡିଶା ଖବର) ତାରିଖ ୦୧/୦୫/୨୦୨୫
କୋରାପୁଟ ଜିଲ୍ଲା ଲଷ୍ମୀପୂର ବ୍ଲକ ଓଡ଼ିଆପେଣ୍ଟ ପଞ୍ଚାୟତ ଅନ୍ତର୍ଗତ କରଗୁଡା ଗ୍ରାମରେ ପାଣିର ଅସୁନ୍ତୁଷ୍ଟ ଥିବା ଶୁଣି ଲଷ୍ମୀପୂର ଜୋନ-୨ ଜିଲ୍ଲା ପରିଷଦ ଶ୍ରୀମତୀ ପିଙ୍କି ହିମିରିକା ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀଙ୍କୁ ସାଥିରେ ନେଇ କୋରଗୁଡା ଗ୍ରାମ ଗୋସ୍ତ କରି ଗ୍ରାମ ବାସୀଙ୍କ ଜଳ ସମସ୍ୟା ଶୁଣି ତା’ର ସମାଧାନ କିପରି ଯଥା ଶୀଘ୍ର କରାଯିବ ସେ ବିଷୟ ରେ ଯନ୍ତ୍ରୀ ପୁଣି ଗ୍ରାମ ବାସୀଙ୍କ ସହିତ ଆଲୋଚନା କରିଥିବା ଦେଖିବାକୁ ମିଳିଛି l
ଗ୍ରାମ ବାସୀଙ୍କ କହିବା ଅନୁଯାଇ ଦୁଇ ବର୍ଷ ହେବ ଓ.ଏମ.ସି ଦ୍ଵାରା ସୋଲାର ଡୁଆଲ ପମ୍ପ ମାଧ୍ୟମରେ ପାଣି ର ବ୍ୟବସ୍ଥା କରାଯାଇଥିଲା ଆଉ ଗ୍ରାମର ସମସ୍ତଙ୍କ ଘରେ ବିଦ୍ୟୁତ ନ ଥିଲେ ମଧ୍ୟ୍ୟ ପାଣି ପାଇ ପାରୁଥିଲେ କିନ୍ତୁ କୌଣସି ତ୍ରୁଟି ଯୋଗୁ ଦୀର୍ଘ ୮ ମାସରୁ ଖରାପ ଥିବା ହେତୁରୁ ବିଦ୍ୟୁତ କାଟ ହେଇଲେ ପାଣିର ପୁରା ନିଅଣ୍ଟ ହେବାରୁ ଅସୁବିଧା ଦେଖାଯାଉଛି ଯଦ୍ଵାରା ଗ୍ରାମ ବାସୀ ପାଣି ନ ପାଇ ଅସନ୍ତୁଷ୍ଟ ଥିବା ଗ୍ରାମ ବାସୀ କହିଛନ୍ତି । କେଉଁ କେଉଁ ସାହିରେ ପାଣିର ଘୋର ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି, ପ୍ରବଳ ଖରାରେ ପାଣି ବିନା ବଞ୍ଚିବା କଷ୍ଟ କର ହେଉଛି ବୋଲି ଶ୍ରୀମତୀ ହିମିରିକାଙ୍କୁ ଅବଗତ କରିଛନ୍ତି । ଲୋକଙ୍କ ଗୁହାରୀ ଶୁଣି ଶ୍ରୀମତି ହିମିରିକା ଯନ୍ତ୍ରୀଙ୍କ ସହିତ ଯଥା ଶୀଘ୍ର ଏହାର ସମାଧାନ ବିଷୟ ଆଲୋଚନା କରିଥିଲେ । କନିଷ୍ଠ ଯନ୍ତ୍ରୀ ମଧ୍ୟ କଥା ଦେଇଛନ୍ତି କି ଅତି ଶୀଘ୍ର ତାର ମରାମତି କରି ପାଣି ର ନିଅଣ୍ଟକୁ ପୁରା କରାଯିବ ପାଣି ର ସମସ୍ୟା ରହିବ ନାହିଁ l
ଜିଲ୍ଲା ପରିଷଦ ମହୋଦୟା ଙ୍କ ଆଶ୍ୱାସନାରେ ଗ୍ରାମ ବାସୀ ପାଣି ସମସ୍ୟା ନିଶ୍ଚିତ ଦୁର ହେବ ବୋଲି ଆଶା ରଖିଛନ୍ତି, ଦେଖିବାକୁ ବାକି ରହିଲା କି ଯନ୍ତ୍ରୀ ମହାଶୟଙ୍କ କଥା କାର୍ଯ୍ୟରେ କେବେ ପରିଣତ ହେବ l

କୋରାପୁଟ ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର

error: Content is protected !!