ଗଞ୍ଜାମ ଜିଲ୍ଲା (ଆମ ଓଡିଶା ଖବର )୨୭.୦୪.୨୦୨୫ ତାରିଖ ରବିବାର ଦିବା ୧୧.୦୦ ସମୟରେ ଶ୍ରୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମା କାମିନୀ ସେବା ଟ୍ରଷ୍ଟ ମନ୍ଦିର କମିଟି ତରଫରୁ ଏକ ଜରୁରୀ ସାଧାରଣ ବୈଠକ ମନ୍ଦିର ପରିସରେ ସ୍ଥାନୀୟ କଞ୍ଚୁଡୁ ଜଗନ୍ନାଥ ମଠର ମହନ୍ତ ମହାରାଜ ତଥା ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ହରିହର ମହାରାଜ ଓ ଅଙ୍କୁଶପୁର ସମିତିସଭ୍ୟାଙ୍କ ପ୍ରତିନିଧି ସୁରେଶ ସେଠିଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସର୍ବ ସହମତି କ୍ରମେ ପୁରାତନ କମିଟିକୁ ଭଙ୍ଗ କରାଗଲା । ଏବ ନୂତନ କମିଟି ଗଠନ କରାଗଲା, ଏବ ନୂତନ କମିଟି ଗଠନ ପାଇଁ ସହମତି କ୍ରମେ ଚୁଡାନ୍ତ ନିସ୍ପତି ଗ୍ରହଣ କରାଗଲା ।ମନ୍ଦିରର ଆବଶ୍ୟକୀୟ ପର୍ବପର୍ବାଣି ଓ ଯାତ୍ରା ହେବା ପୂର୍ବରୁ କମିଟି ବୈଠକ ହୋଇ ଆଦାୟ ଓ ଖର୍ଚର ବଜେଟ ହେବ । ବଜେଟ ଅନୁଯାଇ ପରିଚାଳନା ହେବ ସେଥିରେ ସମସ୍ତ କମିଟି ସଭ୍ୟ ସହଯୋଗ କରିବେ । ପର୍ବପର୍ବାଣି ଓ ଯାତ୍ରା ଅବସରରେ ସମସ୍ତ ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ସୁବିଧା ଓ ଭକ୍ତିଭାବକୁ ଗୁରତ୍ବ ଦିଆଯିବ । ଏହି ବୈଠକରେ କାମନା ଗୌଡ଼,ରଘୁନାଥ ଗୌଡ଼, ସୁନିଲ କୁମାର ଦାସ,ନରେନ୍ଦ୍ର ଦାସ,ଭବାନୀ ନାୟକ, ପରାମର୍ଶ ଦାତା ଡକ୍ଟର ହରିହର ଦାସ, ଆଇନଜୀବୀ ରାଜେନ୍ଦ୍ର କୁମାର ଦାସ ଓ ପ୍ରମୁଖ ପୂଜକ ଉପସ୍ଥିତ ଥିଲେ ।
ବ୍ରହ୍ମପୁରରୁ ଜି. ରବିନ କୁମାରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।
More Stories
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ
ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର,୬୩ ୟୁନିଟ ରକ୍ତ ସଂଗୃହିତ
ଜୀବନକୁ ହଁ ନିଶାକୁ ନାଁ କାର୍ଯ୍ୟକ୍ରମ