ଜଟଣୀ (ଆମ ଓଡିଶା ଖବର )ତା ୨୮ –୪-୨୫ ଜଟଣୀ ପୌର ପରିଷଦ ସ୍ଥିତ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ବରିଷ୍ଠ ନାଗରିକ ସେବା ସଙ୍ଗ ପକ୍ଷରୁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଓଡିଶାର ସ୍ଵାଭିମାନ ମଧୁବାବୁଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଆୟୋଜିତ ଉତ୍ସବରେ ଅନୁଷ୍ଠାନର ସଭାପତି ଆଇନଜୀବୀ ତଥା ସାମ୍ବାଦିକ ଶ୍ରୀ ଅବନୀ ରାଉତରା ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଶ୍ରୀ ଜବାହରଲାଲ ସୁବୁଦ୍ଧି ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲ । ଏହି ଜୟନ୍ତୀ ଉତ୍ସବରେ, ଲେଖକ, ବୁଦ୍ଧିଜୀବୀ ,ଓ ଶିକ୍ଷାବିତ୍ ପ୍ରମୁଖ ଯୋଗ ଦେଇଥିଲେ । ଜୟନ୍ତୀ ପାଳନ ଅବସରରେ ଧୀରେନ ପ୍ରତିହାରୀ, ଆଦି ନାରାୟନ ଖଣ୍ଡୁଆଳ, , ରବି ପ୍ରସାଦ ମିଶ୍ର, ସୁଶାନ୍ତ କୁମାର ରାଉତ, ସାରଙ୍ଗ ବେହେରା, , ଦିବାକର ମଙ୍ଗରାଜ, ପ୍ରସନ୍ନ କୁମାର ମହାରଥୀ, ଭକ୍ତବନ୍ଧୁ ଚୌଧୁରୀ , ରଜନୀ କାନ୍ତ ପଣ୍ଡା , ପଦ୍ମନାଭ ପାଣିଗ୍ରାହୀ ଶରତ ପାଇକରାୟ ପ୍ରମୁଖ ଯୋଗ ଦେଇ ମଧୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବକ୍ତାମାନେ ସ୍ଵାଭିମାନୀ ମଧୁ ବାବୁଙ୍କ ସ୍ମୃତି ଚାରଣ କରିବା ସହ ଭାରତ ରତ୍ନ ଉପାଧିରେ ଭୂଷିତ କରିବା ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି ରିଥିଲେ । ଡ ସୁଶାନ୍ତ କୁମାର ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଜଟଣୀ /ଡେ଼ଲାଙ୍ଗରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।
More Stories
ନୂଆଗଡ ଗ୍ରାମ୍ୟ କମିଟି ସଭାପତି ଗୁରୁବାରି ବିଶ୍ଵାଳଙ୍କ ଦେହାନ୍ତ
ନୂଆଗଡ ଗ୍ରାମ୍ୟ କମିଟି ସଭାପତି ଗୁରୁବାରି ବିଶ୍ଵାଳଙ୍କ ଦେହାନ୍ତ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ ପାଳିତ