କୋରାପୁଟ ଜିଲ୍ଲା (ଆମ ଓଡିଶା ଖବର )ତାରିଖ ୩୦/୦୪/୨୦୨୫ କାଲି ରାତିର ଲଗାଣ କୁଆ ପଥର ବର୍ଷା ରେ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ବିଜାଘାଟି ପଞ୍ଚାୟତ ଅନ୍ତର୍ଗତ କଲମ୍ ଗୁଡା ଗ୍ରାମ ରେ ଶୋଇଥିବା ସମୟ ଲଗାଣ କୁଆ ପଥର ବର୍ଷା ହେବା ଫଳରେ ଅନେକ ଙ୍କ ଘର ଛପର ଭାଙ୍ଗି ଯାଇଛି । ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି ତିନି ପରିବାର । ଘରେ ସଞ୍ଚୟ କରି ରଖିଥିବା ଧାନ, ମାଣ୍ଡିଆ, ଚାଉଳ ଆଦି କ୍ଷୟ କ୍ଷତି ଘଟିଥିବା ଦେଖିବାକୁ ମିଳିଛି । ଗ୍ରାମର ବାଗୃ ସିର୍କା, ଅନିଲ ସିର୍କା, ସୁରେଶ ମାଣ୍ଡିଙ୍ଗା ଙ୍କ ଛପର ଭାଙ୍ଗି ନଷ୍ଟ ହେବା ସହିତ ଅଧିକ କ୍ଷୟ କ୍ଷତି ହେଇଥିବା ପ୍ରକାଶ କରିଛନ୍ତି l
ତେଣୁ ବ୍ଲକ ପ୍ରଶାସନ ତୁରନ୍ତ ଗୋସ୍ତ କରି କ୍ଷତି ହେଇଥିବା ଲୋକଙ୍କ କ୍ଷୟ କ୍ଷତି କୁ ଆକଳନ କରି ତୁରନ୍ତ ତାର ସମାଧାନ କଲେ ଗ୍ରାମ ବାସୀ ଉପକୃତ ହେବେ ବଲି ସାଧାରଣ ରେ ମତ ପ୍ରକାଶ କରୁଥିବା ଶୁଣିବାକୁ ମିଳୁଛି । ଆଶା କରୁଛୁ କି ଯଥା ସମ୍ଭବ ପ୍ରଶାସନ ଏ ଦିଗରେ ଦୃଷ୍ଟି ଆକର୍ଷଣ କରି କ୍ଷୟ କ୍ଷତି ପୂରଣ କରିବେ l
କୋରାପୁଟ ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।