କୋରାପୁଟ ଜିଲ୍ଲା (ଆମ ଓଡିଶା ଖବର) ତାରିଖ ୦୧/୦୫/୨୦୨୫
କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କପାଲlଡା ପଞ୍ଚାୟତ ଅନ୍ତର୍ଗତ ରେବିଡି ଗୁଡା ଗ୍ରାମ ରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି l ଜନନୀ ମୃତ୍ୟୁ ହାର କୁ କମ୍ କରିବା ପାଇଁ ସରକାର୍ ଆନେକ ଗୁଡ଼ିଏ ଯୋଜନା କରିଛନ୍ତି କିନ୍ତୁ ଏହି ଯୋଜନା ଫେଲ ହେବାର ଏକ ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବନ୍ଧୁଗାଁ ବ୍ଲକର ଏହି ଗ୍ରାମରେ, ପାଖା ପାଖି 40 ପରିବାର ବସ ବାସ କରନ୍ତି କିନ୍ତୁ ଏ ଗ୍ରାମ ରେ ଯାତାୟତ କରିବାର କୌଣସି ସୁବିଧା ନାହିଁ। ଜରୁରୀ କାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ କିମ୍ଵା ଅଟୋ ରିକ୍ସା ଯିବା ଆସିବା ପାଇଁ ରାସ୍ତାଟିଏ ନାହିଁ l ସରକାର ୨୦୦୦ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସେହି ପରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା,ଗୋପାବନ୍ଧୁ ଗ୍ରାମ୍ୟ ଯୋଗାଯୋଗ ଯୋଜନା ଥିଲେ ମଧ୍ୟ ଏହି ଗ୍ରାମକୁ ଏସବୁ ଯୋଜନା ଅପହଞ୍ଚ ଯୋଦ୍ଵାରା ଆଜି ଜଣେ ଗର୍ଭବତୀ ମହିଳା ନାମ-ମାଣ୍ଡିଙ୍ଗୀ ସିଙ୍ଗାରି ଙ୍କୁ ଦୁଇ ଜଣ ସମ୍ପର୍କୀୟ କାନ୍ଧରେ ବୋହି ଦିର୍ଘ ୫ କି.ମି. ପାଦରେ ଚାଲି ଚାଲି ହସ୍ପିଟାଲ ନେବା ଦେଖିବାକୁ ମିଳିଛି l ଯଦି ନେବା ବାଟରେ କୌଣସି ପ୍ରକାର ଅଘଟଣ ଘଟିଥାନ୍ତା ତାହା ହେଲେ ଦାୟୀ କିଏ ରହିବେ, ସରକାର ନା ଏ ଦୁଇ ସମ୍ପର୍କୀୟ ? ଏହି ପ୍ରକାର ସାଧାରଣ ରେ ପ୍ରଶ୍ନ ଉଠୁଛି l ସରକାର କ’ଣ ସହରୀ ମାନଙ୍କ ପାଇଁ ଯୋଜନା କରୁଛନ୍ତି କି? କ’ଣ ଏ ପାହାଡ଼ ସନ୍ଦୀରେ ବସବାସ କରୁଥିବା ଆଦିବାସୀ ଭାଇଭଉଣୀ ମାନଙ୍କ ପାଇଁ ଯୋଜନା କେବଳ ନାମକୁ ମାତ୍ର କି ? କ’ଣ ପାଇ ଏମାନେ ମୌଳିକ ଅଧିକାରରୁ ବଞ୍ଚିତ ହେବେ? ଯୋଜନା ପହଞ୍ଚି ପାରୁନି କେମିତି ? ଏ ମାନଙ୍କ କଥା କିଏ ବୁଝିବେ କେବେ ବୁଝିବେ ଏ ପ୍ରକାର ଅନେକ ଙ୍କ ମନରେ ପ୍ରଶ୍ନ l ରେବେଡି ଗୁଡା ଗ୍ରାମ ରୁ ସାନ୍ଦା ଲାଙ୍ଗୀ ୫ କି.ମି ସମ୍ପର୍କୀୟ ମାନେ କାଉଡ଼ି ରେ ବହି ସେଠାରୁ ଆଉ ୧୫ କି.ମି ଅଟୋ ଯୋଗେ ଆଲମଣ୍ଡା ହସ୍ପିଟାଲ ନେଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି l ସରକାର ଗର୍ଭବତି ସ୍ତ୍ରୀ ମାନଙ୍କ ପାଇଁ ଅନେକ ପ୍ରକାର ଯୋଜନା କଲେ ମଧ୍ୟ୍ୟ ରେବେଡି ଗୁଡା ଗ୍ରାମ ର ଗର୍ଭବତୀ ମହିଳା ମାଣ୍ଡିଙ୍ଗୀ ସିଙ୍ଗାରି ଅଟୋ ରେ ହସ୍ପିଟାଲ ରେ ପହଞ୍ଚିବା କଥା ପରିବାର ଲୋକ ପ୍ରକାଶ କରିଛନ୍ତି, ଏ ଦୃଶ୍ୟ ଦେଖି ଅନେକ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l
କୋରାପୁଟ ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର
More Stories
କଂଗ୍ରେସ ଦଳର ଆସନ୍ତା ୨୯ ତାରିଖ ପାଇଁ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ
ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ – କୁସୁମଗୁଡା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉତ୍ସାହଜନକ ଅଂଶଗ୍ରହଣ
ଜୟପୁର ପାଇଁ ଅତି ଦୁଃଖର ଖବର