ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର) ଖୁବ୍ ଶୀଘ୍ର ଵିଵାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଯୁବ ସାମ୍ବାଦିକ ଗୋପିନାଥ ଗୌଡ଼।
ନିକଟରେ ପବିତ୍ର ଅକ୍ଷୟ ତୃତୀୟା ଶୁଭ ମୁହୂର୍ତ୍ତରେ କନ୍ୟା ପିତା ଙ୍କ ବାସ ଭବନରେ ନିର୍ବନ୍ଧ ସମ୍ପର୍ଣ୍ଣ ହୋଇଛି। ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘୋଟାଇ ଵିଵାହ ବନ୍ଧନରେ ଯୋଡ଼ି ହେବେ ଗୋପୀନାଥ। ଏଥିଯୋଗୁଁ ଗୋପିନାଥଙ୍କ ସାଙ୍ଗସାଥୀ, ପରିବାର ବନ୍ଧୁବାନ୍ଧବ, ବୁଦ୍ଧିଜୀବୀ ଏବଂ ନିଜ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ବନ୍ଧୁମାନେ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି। କିଛି ଦିନ ପରେ ଶୁଭ ଵିଵାହ ମୁହୂର୍ତ୍ତ ବାହାର କରି ବାହା ହେବା ପାଇଁ ନିଷ୍ପତ୍ତି ମଧ୍ୟ ହୋଇଛି। ଗୋପିନାଥ ଗୌଡ଼ ଙ୍କ ନିର୍ମଳ ଭାବମୂର୍ତ୍ତି, ନିଃସ୍ଵାର୍ଥପର ଏବଂ ମେଳାପି ବୁଦ୍ଧି ସହ ନିରାଡମ୍ୱର ପୂର୍ଣ୍ଣ ଜିବନ ବିତାଉ ଥିବା ଗୋପିନାଥଙ୍କୁ ସ୍ଥାନୀୟ ବାସି ବହୁତ୍ ଭଲ ପାଆନ୍ତି। ନିଜ ଅଞ୍ଚଳର ଲୋକ ମାନଙ୍କ ସୁବିଧା ଅସୁବିଧା ଗୁଡ଼ିକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ, ତାହାର ସମାଧାନ ଦିଗରେ ଖବର ପ୍ରଚାର୍ ପ୍ରସାର କରି ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରି ସମାଧାନର ବାଟ ବାହାର କରି ଥାଆନ୍ତି। ଏହିଭଳି ବ୍ୟକ୍ତି ବିଶେଷଙ୍କ ବ୍ୟକ୍ତିତ୍ଵକୁ ଜିଲ୍ଳାର ସମସ୍ତ କାର୍ଯ୍ୟରତ ସାମ୍ୱାଦିକ ଭୂରି ଭୂରି ପ୍ରଶଂସା କରିବା ସହ ବୈବାହିକ ଜୀବନ ଶୁଭାରମ୍ଭ ର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ଝାରସୁଗୁଡ଼ା ଜିଲ୍ଲାରେ ବୈଦିକ ରୀତିନୀତି ଅନୁସାରେ କନ୍ୟା ପିତାଙ୍କ ବାସ ଭବନରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ। ଉଭୟ କୁଳର ପରିବାର, ଅଞ୍ଚଳ ବାସି ଏବଂ କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ। ପିଲାଟି ବେଳୁ ସଙ୍ଘର୍ଷମୟ ଜୀବନ ବିତାଉଥିବା ଗୋପିନାଥ ଗୌଡ଼ ବର୍ତ୍ତମାନ୍ ଗଣମାଧ୍ୟମରେ ଏକ ଚର୍ଚ୍ଚିତ ଚେହେରା ପାଲଟି ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଛନ୍ତି। ଯୁବ ସାମ୍ବାଦିକ ଗୋପିନାଥ ଗୌଡ଼ Odisha news24 ରେ। head ଥିବା ବେଳେ, ଶ୍ରୀକ୍ଷେତ୍ର ନୀୟୁଜ୍ ଏବଂ ମିଡିଆ ଏଜ୍ ଖବର କାଗଜରେ ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟରତ ଅଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ କନ୍ୟା ପିତା, ମାତା, ଭାଇ, ଭଉଣୀ ସପରିବାର ଉପସ୍ଥିତ ଥିଲେ। ସେହିପରି ଗୋପିନାଥ ଗୌଡ଼ଙ୍କ ପରିବାର ପକ୍ଷରୁ ପିତା, ମାତା, ଭାଇ, ଭାଉଜ, ସ୍ଥାନୀୟ ଲୋକ ଏବଂ କାର୍ଯ୍ୟରତ ସାମ୍ବାଦିକ ଓ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ଗୁଣପୁର ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ପରିସରରେ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ।
୮୧ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ।
ଜିଲ୍ଲା ସ୍ତରୀୟ ଅନ୍ତଃ ବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ।