ଗଞ୍ଜାମ (ଆମ ଓଡିଶା ଖବର)ଅପ୍ରେଲ ୨୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଘଟ ସାଜ ସଜ୍ଜା ସଙ୍ଗକୁ ଝଲସି ଉଠୁଛି ମା’ଙ୍କ ମେଢ। ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହେଉଅଛି । ବୁଗୁଡ଼ା ସହରର ବିଭିନ୍ନ ସାହି ଗୁଡିକରେ ମେଢ ପ୍ରସ୍ତୁତି ହୋଇଥିବା ବେଳେ ମୀନାବଜାର ଉଦଘାଟିତ ହୋଇଯାଇଛି। ପ୍ରତ୍ୟେକ ଦିନ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହେଉଅଛି। ସନ୍ଧ୍ୟା ସମୟରେ ମା’ଙ୍କ ଝୁଣା ଓ ୧୦୮ ଆଳତି ହୋଇସାରିଲା ପରେ ଘଟ ପରିକ୍ରମା ଆରମ୍ଭ ହେଉଅଛି । ପ୍ରତ୍ୟେକ ଦିନ ନିର୍ଘଣ୍ଟ ପ୍ରକାରେ ମା’ପଞ୍ଚ ଠାକୁରାଣୀ ପାଞ୍ଚ ଜଣ ମାନସିକଧାରୀଙ୍କ ଦ୍ବାରା ବୁଗୁଡ଼ାର ବିଭିନ୍ନ ସାହି ପରିକ୍ରମା କରି ବଡ଼ଦାଣ୍ଡ ସ୍ଥିତ ଅସ୍ଥାୟୀ ଆସ୍ଥାନକୁ ଫେରୁଛନ୍ତି । ପରିକ୍ରମା ସମୟରେ ବିଭିନ୍ନ ପ୍ରକାରର ବାଦ୍ଯ ବାଜଣା ଓ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ପ୍ରତ୍ୟେକ ସାହି ବାସିନ୍ଦାମାନେ ନିଜ ନିଜର ଘର ଆଗରେ ଦୀପ ପ୍ରଜ୍ବଳନ କରି ପୂର୍ଣ୍ଣ କୁମ୍ଭ ଓ ପୂଜା ସାମଗ୍ରୀ ବାଢି ମା’ଙ୍କୁ ସ୍ବାଗତ କରି ପୂଜାର୍ଚ୍ଚନା କରୁଛନ୍ତି। ପୂଜା ମଣ୍ଡପ ନିକଟରେ ବହୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମୁଥିବା ବେଳେ ଏହାକୁ ନିୟନ୍ତ୍ରଣ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସର ସହଯୋଗ ଦେଖିବାକୁ ମିଳୁଅଛି ।
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ
More Stories
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ
ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର,୬୩ ୟୁନିଟ ରକ୍ତ ସଂଗୃହିତ
ଜୀବନକୁ ହଁ ନିଶାକୁ ନାଁ କାର୍ଯ୍ୟକ୍ରମ