ବେଗୁନିଆପଡା, (ଆମ ଓଡିଶା ଖବର):ସୋମବାର ସନ୍ଧ୍ୟା ସମୟରେ ପବିତ୍ର ସୀତା ନବମୀ ଉତ୍ସଵ ଆମ ଗଞ୍ଜାମ ଜିଲ୍ଲା ମାତୃଶକ୍ତି ତରଫରୁ ବେଗୁନିଆପଡା ଓ ଖଲ୍ଲିକୋଟ ପ୍ରଖଣ୍ଡ ରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଉକ୍ତ ଉତ୍ସବରେ ଉଭୟ ପ୍ରଖଣ୍ଡ ରୁ ଶତାଧିକ ମାତୃଶକ୍ତି ଓ ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ କର୍ମୀମାନେ ଯୋଗ ଦେଇ ଥିଲେ । ଜିଲ୍ଲା ସହ ସଂଯୋଜିକ ପ୍ରଣୀତା ଭଉଣୀ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ପରିଚାଳନା ହୋଇଥିଲା । ବାନମ୍ବର୍ ଭାଇ ପରିଚୟ ପ୍ରଦାନ କରି ଥିବା ବେଳେ ବାବାଜୀ ପ୍ରତାପ ମହାରାଜ ସୀତା ମାତାଙ୍କ ଜନ୍ମ ବିବରଣୀ ଓ ତାଙ୍କ ଜୀବନୀ ଉପରେ କହିଥିଲେ । କେଦାର ଭାଇ ଶାନ୍ତି ପାଠ ପଢିଥିଲେ। ରାମ ଧୂନ୍ ରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପୁସ୍ତପୁର ଗାୟତ୍ରୀ ଶକ୍ତି ପୀଠ ପ୍ରକମ୍ପିତ ହୋଇ ଉଠିଥିଲା |
ରିପୋର୍ଟ :ଦେବାଶିଷ ମହାରଣା
More Stories
ଏମ, ଚମ୍ପେଇତପୁର ରେ ବିଜେପି ର ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ
ରାଜ୍ୟ ସ୍ତରରେ ପୁରସ୍କୃତ ହେଲେ ଗଞ୍ଜାମ ଆର୍ଟ୍ସ ଟପର ସଂଜୁତା
ରାଜ୍ୟ ସ୍ତରରେ ପୁରସ୍କୃତ ହେଲେ ଗଞ୍ଜାମ ଆର୍ଟ୍ସ ଟପର ସଂଯୁକ୍ତା