ଆସିକା  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସମ୍ବର୍ଦ୍ଧନା ଉତ୍ସବ।

ଗଞ୍ଜାମ:(ଆମ ଓଡିଶା ଖବର)ଅଦ୍ଯ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଆସିକା ଠାରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଆୟୋଜିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୦%ରୁ ଅଧିକ ନମ୍ବର ରଖି A1ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ୬ ଜଣ ଛାତ୍ର ଛାତ୍ରୀ ଓଁ ପ୍ରକାଶ ପାଢ଼ୀ, ଜନ୍ମେଜୟ ମିଶ୍ର, ରବିନାରାୟଣ ଆରୁଖ, ଜ୍ୟୋସ୍ନା ରାଣୀ ନାହାକ,ସ୍ମୃତି ଶ୍ରୀ ବେହେରା ଓ ସୁଲଗ୍ନା ଖାଡଙ୍ଗା ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥି ସହିତ ଶିକ୍ଷା ବିକାଶ ସମିତି, ଓଡିଶା ଦ୍ଵାରା ଅନୁଷ୍ଠିତ ୩ୟ ଶ୍ରେଣୀ ପ୍ରାଦେଶିକ ଶ୍ରୀ ଭାରତୀ କୃଷ୍ଣ ଗଣିତ ମେଧା ପରୀକ୍ଷାରେ ଷଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ର ଶ୍ରୀରାମ ପ୍ରସାଦ ମହାପାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ସୁନୀଲ କୁମାର ଗୌଡଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଡ଼ଃ ବିନୋଦ ଚନ୍ଦ୍ର ଦାଶଙ୍କ ପୌରୋହିତ୍ଯରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦକ ପି.ନାଗେଶ୍ଵର ପାତ୍ର, ପୂର୍ବତନ ସଂପାଦକ ପ୍ରସନ୍ନ ପ୍ରଧାନ ଓ କୋଷାଧ୍ୟକ୍ଷ କେ ଦୁର୍ଗା ପ୍ରସାଦ ଆଚାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଚାର୍ଯ୍ୟ ନିତ୍ୟାନନ୍ଦ ସାହୁ ପରିଚୟ ପ୍ରଦାନ ଓ ଦାଶରଥି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗୀ ଥିଲେ ପ୍ରଭାସ କୁମାର ସାହୁ, ସ୍ୱଦେଶ କୁମାର ଦଳାଇ, ରବୀନ୍ଦ୍ର କୁମାର ସାହୁ, ସସ୍ମିତା ହୋତା,ପନିତା ସ୍ୱାମୀ, ନିତ୍ୟାନନ୍ଦ ସାହୁ ଆଦି ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟ ଓ ସେବକ ସେବିକା ସହଯୋଗ କରିଥିଲେ।

ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

error: Content is protected !!