ରାୟଗଡା ଜିଲ୍ଲା (ଆମ ଓଡିଶା ଖବର ) କଲ୍ୟାଣସିଂହପୁର-୧୨/୫( ଖବର ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ରେ ଆଜି ୧୦୮କଳସ ଯାତ୍ରା କରାଯାଇଛି । ହନୁମାନ ଜଙ୍ଗସନରେ ମନ୍ଦିର ପରିଚାଳନା କମିଟି ଓ ସତସଙ୍ଘ ଓ ଗ୍ରାମବାସୀ ମିଳିତରେ ହନୁମାନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଶୁଭାରମ୍ଭ କରାଯାଇଛି ।ଏଅବସରରେ ଗ୍ରାମର ମହିଳା ମାନଙ୍କୁ ନେଇ ୧୦୮କଳସରେ ନାଗାବଳୀ ଓ କଲ୍ୟାଣି ନଦୀ ସଙ୍ଗମ ସ୍ଥଳରେ ପୂଜାକ ଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଗଙ୍ଗା ଆବାହନ କରି ନଗର ପରିକ୍ରମା କରିବା ପରେ ପୂଜାମଣ୍ଡପ ରେ ସ୍ଥାପନ କରିଥିଲେ । ୧୧ତାରିଖ ରବିବାର ଅପରାହ୍ନ ରେ ମଙ୍ଗଳା ରୋପଣ, ଦୀକ୍ଷା ଗ୍ରହଣ ଓ ଅଙ୍କୁରାରୋପଣ କରାଯାଇଥିବା ବେଳେ ଆଜି ୧୨ତାରିଖ ସୋମବାର ରେ କଳସ ଯାତ୍ରା ,ଭୁମାତା ପୂଜା, ଗୋ ପୂଜା, ସୂର୍ଯ୍ୟ ପୂଜା, ଶାଳାଧିଷ୍ଠ, ମଣ୍ଡଳାଦି ଦେବତା ପୂଜା, କୁଣ୍ଡ ସଂସ୍କାର କରାଯିବ । ୧୩ତାରିଖ ମଙ୍ଗଳବାରରେ କାରୁଶାଳା, ବିଧାନ, ଧାନ୍ୟାଦିବାସ,ବିଗ୍ରହ ଙ୍କ ମହାସ୍ନାନ ପରେ ରତ୍ନମୁଦ ସ୍ଥାପନ ଓ ବିଗ୍ରହ ଙ୍କ ଜୀବନ୍ୟାସ ଦିଆଯିବ ।୧୪ତାରିଖ ବୁଧବାର ରେ ଶ୍ରୀ ହନୁମାଙ୍କ ରତ୍ନ ସିଂହାସନ ବିଜେ, ହୋମ ପୂର୍ଣ୍ଣାହୁତି, ଆଳତି ,ପୁଷ୍ପାଞ୍ଜଳି କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।ଏହି ଅବସରରେ ଭକ୍ତଙ୍କ ନିମନ୍ତେ ତିନିଦିନ ଧରି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ସେହି କାର୍ଯ୍ୟକ୍ରମ ରେ ସମସ୍ତ ହନୁମାନ ଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହ ପ୍ରଭୁକୃପା ଲାଭ କରିବା ହେବେ ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।
More Stories
ଆଦିବାସୀ ଅଞ୍ଚଳରେ ଆନ୍ଧ୍ର ଜମି ମାଫିଆ ମାନକଂ ବିରୁଦ୍ଧ ରେ ଆନ୍ଦୋଳନ କରାଯିବ।
ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗ ଦ୍ୱାରା ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନା ମହୋତ୍ସବ ଆୟୋଜିତ
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I