ସୁଖ ଦୁଃଖର ସାଥୀ ଯୁବ ଲୋକ ପ୍ରିୟ ଜିଲ୍ଲା ପରିଷଦ ଧନପତି ସାଉଁନ୍ତା

କୋରାପୁଟ (ଆମ ଓଡିଶା ଖବର) ତାରିଖ ୧୪/୦୫/୨୦୨୫
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ନନ୍ଦିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଧୁବିଶାଳୀ ଗ୍ରାମ ବାସୀଙ୍କ ଦ୍ଵାରା ଡଙ୍ଗର ଯାତ୍ରା ର ଆୟୋଜନ କରାଯାଇ ଥିଲା l ଯାତ୍ରା କମିଟି ଙ୍କ ନିମନ୍ତ୍ରଣ ପାଇ ଦଶମନ୍ତପୁର ଜୋନ୍-୨ ର ଜଣା ଶୁଣା ସୁଖ ଦୁଃଖ ର ସାଥି ଯୁବ ଜିଲ୍ଲା ପରିଷଦ ଶ୍ରୀ ଧନପତି ସାଉଁନ୍ତା ଯୋଗ ଦେଇ ଗ୍ରାମ କମିଟି, ଗ୍ରାମ ବାସୀ ପୁଣି ଅଞ୍ଚଳ ରୁ ଆସିଥିବା ସମସ୍ତ ଜନ ସାଧାରଣଙ୍କୁ ଉତ୍ସାହିତ କରିଥିଲେ । ଆନନ୍ଦ ଉଲ୍ଲାସର ସହ ଡଙ୍ଗର ଯାତ୍ରା ଦେଖିଵା ମିଳିଥିଲା l ଜିଲ୍ଲା ପରିଷଦଙ୍କ ଉପସ୍ଥିତି ଗ୍ରାମ ବାସୀ, ଅଞ୍ଚଳରୁ ଆସିଥିବା ସମସ୍ତ ଜନ ସାଧାରଣଙ୍କୁ ଖୁସି କରିଥିଲା। ସମସ୍ତଙ୍କ ମୁଁହରୁ ନେତା ହେବ ତ ଏମିତି ଦୁଃଖରେ ହେଉକି ସୁଖରେ ହେଉ ସବୁ ଜାଗାରେ ଖବର ପାଇଲା ମାତ୍ରେ ପହଞ୍ଚନ୍ତି ବୋଲି କହୁଥିବା ଶୁଣିବାକୁ ମିଳିଥିଲା l ତାଙ୍କ ସାଥିରେ ଥିଲେ ସ୍ଥାନୀୟ ସରପଞ୍ଚ ସଂଜୀବ ମୁଦୁଲି, ନାଏବ ସରପଞ୍ଚ ସଦା ଗୌଡ଼, କଂଗ୍ରେସ ଦଳର ଜିପି ସଭାପତି ସେବକ କନ୍ଦପlନ, ପୁଣି ଜିଲ୍ଲା ପରିଷଦ ଙ୍କ ସହକର୍ମୀ ମାନେ ଯୋଗ ଦେଇ ନାଟକ କୁ ମନ ଭରି ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା l

କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର

error: Content is protected !!