ପୁରୀ ଜିଲ୍ଲା (ଆମ ଓଡିଶା ଖବର )ଡେ଼ଲାଙ୍ଗ ୧୫-୫-୨୫ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ନ୍ୟାସନାଲ ହ୍ୟୁମାନ ରାଇଟ ଅନୁଷ୍ଠାନ ପକ୍ଷରୁ ଜଟଣୀ ସହର ସ୍ଥିତ ସିତାରାମ ଛକ ଠାରେ ପଥଚାରୀ ମାନଙ୍କୁ ଦହି ପଣା ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନ୍ୟାସନାଲ ହ୍ୟୁମାନ ରାଇଟ୍ସ ଅନୁଷ୍ଠାନର ରାଜ୍ୟ ସଭାପତି ଶ୍ରୀ ବାସୁଦେବ ସେଠୀ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରି ସଭାପତି ହବିବୁର ରହମାନ, ରାଜ୍ୟ ସମ୍ପାଦିକା ଶ୍ରୀମତୀ ଗୀତାଞ୍ଜଳି ସେଠୀ , ରାଜ୍ୟ ଉପ ସଭାପତି ସନ୍ତୋଷିନୀ ଜାଲି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରାୟ ଏକ ହଜାର ଲୋକଙ୍କ ପାଇଁ ଏହି ପଣା ପ୍ରସ୍ତୁତ କରଯାଇଥିଲା । ପଥଚାରୀ ମାନେ ଡହ ଡହ ଖରାରେ ମୁନ୍ଦାଏ ପଣା ପିଇ ନିଜର ଶୋଷ ମେଣ୍ଟାଇବା ସହ ଅନୁଷ୍ଠାନର ଏପରି ପଣା ବଣ୍ଟନ ବ୍ୟବସ୍ଥାର ଭୁରି ଭୁରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା।
ଡେ଼ଲାଙ୍ଗରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।
More Stories
ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।
ଘୋରଡିଆ ହାଟ ବଜାର ଦୟା ସେତୁ ବିପଦରେ …
ଚାଇଁ ପୁର ବେହେରା ସାହିରେ ଜନ୍ମାଷ୍ଟମୀ ପାଳିତ ।