ପୁରୀ ଜିଲ୍ଲା (ଆମ ଓଡିଶା ଖବର )ଡେ଼ଲାଙ୍ଗ ତା ୧୪-୫-୨୫ ସର୍ଵ ଭାରତୀୟ ବିଦ୍ୟୁତ୍ ଉପଭୋକ୍ତା ଆସୋସିଏସନ୍ଆr ଆହ୍ବାନ କ୍ରମେ ବିଭିନ୍ନ ଦାବି ନେଇ ଡେ଼ଲାଙ୍ଗ ଶାଖା ବିଦ୍ୟୁତ୍ ଉପଭୋକ୍ତା ଆସୋସିଏସନ ପକ୍ଷରୁ ଡେଲାଙ୍ଗ ହାଟ ବଜାର ସ୍ଥିତ ବିଦ୍ୟୁତ୍ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଗୁଣାତ୍ମକ ବିଦ୍ୟୁତ ସେବା ପ୍ରଦାନ, ଘରୋଇକରଣ ବନ୍ଦ କରିବା,୩୦୦ ୟୁନିଟ ବିଜୁଳି ମାଗଣାରେ ଦେବା , ବିଦ୍ୟୁତ ବିଲ ତ୍ରୁଟିକୁ ତୁରନ୍ତ ସମାଧାନ କରିବା ଆଦି ଦାବିନେଇ ଡେ଼ଲାଙ୍ଗ ଶାଖାର ସମ୍ପାଦକ ଶ୍ରୀ ବଟକୃଷ୍ଣ ଜେନାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ଡେ଼ଲାଙ୍ଗ ହାଟ ବଜାର ଅଞ୍ଚଳ ପରିକ୍ରମା କରିଥିଲା ।ଏହି ଅବସରରେ ଡେ଼ଲାଙ୍ଗ ବିଦ୍ୟୁତ୍ ବିଭାଗ ଶାଖାର ଯନ୍ତ୍ରୀ ଶ୍ରୀ ଦେବାଶିଷ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବି ପତ୍ର ପ୍ରଦାନ ବେଳେ, ଜଟାଧାରୀ ପରିଡା, ବାଳକୃଷ୍ଣ ପରିଡ଼ା ଗୋଲଖ ବିହାରୀ ବରାଳ, ପଦ୍ମ ଚରଣ ଜେନା ଓ ଦିନବନ୍ଧୁ ପରିଡ଼ା ଓ ସୁଗ୍ରୀବ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଡେ଼ଲାଙ୍ଗ ଶାଖା ସମ୍ପାଦକ ଶ୍ରୀ ସ୍ବାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଡେ଼ଲାଙ୍ଗରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।
More Stories
ବ୍ଲକ ସ୍ତରୀୟ (ଶୁଭଦ୍ରା ଶକ୍ତି) ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ
ଖୋର୍ଦ୍ଧାରୋଡ଼ ମଣ୍ଡଳର ଚାରି ଜଣ ରେଳ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାର ପ୍ରଦାନ
ପରୋପକାରୀ ଶଙ୍କରଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା ଅନୁଷ୍ଠିତ।