ଜଟଣୀ, ଏଆରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ଗ୍ରାମ ସ୍ଥିତ ୪ ଲାଇନ୍ ନୁତନ ରୋଡ ଉପରୁ ଦୁର୍ବୁତ୍ତ ମାଫିଆ, ରାସ୍ତା ନିର୍ମାଣ ପାଇଁ ରଖା ଯାଇଥିବା ବାଲି, ଚିପ୍ସି, ମେଣ୍ଟାଲ ଓ ମୋରମ ମନଇଛା ଉଠାଇ ନେଉଛନ୍ତି। ପ୍ରକାଶ ଥାଉକି, ହରିରାଜ ପୁର ଠାରୁ ସୁନ୍ଦରପଦା ପର୍ଯ୍ୟନ୍ତ ୪ ଲାଇନ୍ ବିଶିଷ୍ଟ ପକାରାସ୍ତା ପ୍ରଶସ୍ତକରଣ ରାସ୍ତାକାର୍ଯ୍ୟ ଚାଲିଥିବା ବେଳେ, ଠିକାଦାର ରଖିଥିବା ରାସ୍ତା ନିର୍ମାଣ ପାଇଁ ଆନୁସଙ୍ଗିକ ସାମଗ୍ରି ଯଥା ବାଲି, ଚିପ୍ସ, ମେଣ୍ଟାଲକୁ ଦିର୍ଘ ଦିନରୁ ଦୁର୍ବୁତ୍ତ ମାଫିଆ ମାନେ ରାତି ଅଧିଆ ଉଠାଇ ନେଇଯାଇଛନ୍ତି। ଘଟଣାଟି ଜଣାପଡିଛି, ଏଆରଫିଲ୍ଡ ଥାନା ଅନ୍ତର୍ଗତ, ଜାମୁକୋଳି ଗ୍ରାମ ଛକ ଠାରୁ କିଛି ଯୁବକ ରାସ୍ତା ଉପରୁ ଜେସିବି ଲଗାଇ ମୋରମ ଉଠାଇ ଟ୍ରାକ୍ଟରରେ ନେଉଥିବା ବେଳେ, ଖବରପାଇ ଏୟାରଫିଲଡ ପୋଲିସ ସେଠାରେ ପହଞ୍ଚି ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଯୁବକ ମାନେ ସେଠାରୁ ଖସି ପଳାଇଥିଲେ। ପୋଲିସ ଘଟଣା ସ୍ଥଳରୁ ଗୋଟିଏ ଜେସିବି ଓ ଗୋଟିଏ ଟ୍ରାକ୍ଟର ଜବତ କରି ଅଧିକ ତଦନ୍ତ ଜାରି ରଖିଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡିଶା ଖବର।
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l