କୋରାପୁଟ (ଆମ ଓଡିଶା ଖବର) ତାରିଖ ୧୯/୦୫/୨୦୨୫
କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ରାଜପୁଟ ପଞ୍ଚାୟତ ରେ ଥିବା ମିଲେଟ ଶକ୍ତି ଫୁଡ ପ୍ରୋସେସିଂ ୟୁନିଟ ର ସ୍ଥିତି ଅନୁଧ୍ୟାନ କରିଛନ୍ତି ୯ ଜଣିଆ ଶିଶୁ କଲ୍ୟାଣ କମିଟି l ତାଙ୍କ ସାଥିରେ ଥିଲେ କୋରାପୁଟ ଜିଲ୍ଲାପାଳ ଶ୍ରୀ ଭି. କୀର୍ତିଭାସନ, କୋରାପୁଟ ଏସ.ପି ରହିତ ବୋର୍ମା,ସେମିଳିଗୁଡା ଗୋଷ୍ଠୀ ଉନ୍ନୟୋନ ଅଧିକାରୀ ଶ୍ରୀ ଜସ୍ମିନ କୁମାର ପ୍ରଧାନ, କୋରାପୁଟ ଡି ପି ଏମ ପ୍ରୟlମ୍ବୋଦ ବିଶୋଇ, ରାଜପୁଟ ସରପଞ୍ଚ ପିତାମ୍ବର କିର୍ଶlନୀ l ପୁଣି ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ର କର୍ମ କର୍ତ୍ତା ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l ଆଜିର ମୁଖ୍ୟ ବିଷୟ ଯେପରି ମାତୃ ଓ ଶିଶୁ ଙ୍କ ପୌଷ୍ଟିକ ଉନ୍ନତି ନିମନ୍ତେ ଏହି ମିଲେଟ ଶକ୍ତି ପ୍ରୋସେସିଂ ୟୁନିଟ ର ଅଂଶଦାନ ଏବଂ ଏହାର କାର୍ଯ୍ୟ କିପରି ରହିଛି ତାହାର ଏକ ସମୀକ୍ଷା କମିଟି ମଧ୍ୟ୍ୟମରେ ହୋଇଥିଲା l ଯାହା କମିଟି ତାହାର ଏକ ରିପୋର୍ଟ ରାଜ୍ୟ ବିଧାନସଭା ଗୃହରେ ଉପସ୍ଥାପନ କରିବେ ଯାହା ବିଶେଷ ସୂତ୍ରରୁ ଶୁଣିବାକୁ ମିଳିଛି l
କୋରାପୁଟ ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ
More Stories
ମଦ ନେଲା ଜୀବନ ମଦ ଵନ୍ଦ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଶୁଣୁନଥିବା କହିଛନ୍ତି ଗ୍ରାମ ବାସୀ।
କୋରାପୁଟ ଜିଲ୍ଲାପରିଷଦ ଅଧ୍ୟକ୍ଷା ଙ୍କ ନିଲାବାଡି ଆଶ୍ରମ ବିଦ୍ୟାଳୟ ସ୍ଥିତି ଅନୁଧ୍ୟାନ l
ଦୂରହେବ କି କୋଟିଆ କଳି, କୋଟିଆ ପାଇଁ ଗଠନ ହେଲା କମିଟି।