କଡୀଙ୍ଗାମାଳି ର ସୁରକ୍ଷା ପାଇଁ ସର୍ବଦଳୀୟ ବ୍ୟଠକ

କୋରାପୁଟ (ଆମ ଓଡିଶା ଖବର) ତାରିଖ ୨୧/୦୫/୨୦୨୫
ରାୟଗଡା ଜିଲ୍ଲା କାସିପୁର ବ୍ଲକ ଅନ୍ତର୍ଗତ କଂସାରୀଗୁଡା ଠାରେ ହେବାକୁ ଥିବା ଆଦିତ୍ୟ ଆଲୁମିନା ରିଫାଇନାରୀ କାରଖାନା ନିର୍ମାଣ ପାଇଁ ଅଞ୍ଚଳ ବାସୀ ଦୀର୍ଘ ୨୦ ବର୍ଷ ରୁ ଆଶା ର ସହିତ ଅପେକ୍ଷା ରେ ଅଛନ୍ତି ଆଶା ଆଉ ଅପେକ୍ଷା ଚଳିତ ବର୍ଷ ରେ ଅନ୍ତ ହେବାକୁ ଯାଉଥିବା ବେଳେ ଆଶା ଓ ଅପେକ୍ଷା ଫଳପ୍ରଦ ରେ ବାଧକ ସାଜିଛି ବେଦାନ୍ତ କମ୍ପାନୀ ଉକ୍ତ ବିଷୟ କୁ ନେଇ ଆଜି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ପୋଡାପାଡ଼ି ପଞ୍ଚାୟତ ଅନ୍ତର୍ଗତ ମାଟିକଣା ଗ୍ରାମ ଠାରେ କୋରାପୁଟ ପୁଣି ରାୟଗଡା ର ସର୍ବୋଦଳୀୟ ରାଜ ନେତା, ବୁଦ୍ଧିଜୀବୀ ପୁଣି ବିଭିନ୍ନ ସଙ୍ଗଠନ ର କର୍ମକର୍ତ୍ତା ଭଦ୍ର ବ୍ୟକ୍ତି, ଯୁବ ଭାଇ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ କୋରାପୁଟ ସାଂସଦ ଶ୍ରୀ ଯୁକ୍ତ ସପ୍ତଗିରି ଉଲ୍ଲାକା, ଲଷ୍ମୀପୂର ବିଧାୟକ ଶ୍ରୀ ଯୁକ୍ତ ପବିତ୍ର ସାଉଁନ୍ତା, ରାୟଗଡା ବିଧାୟକ ଶ୍ରୀ ଯୁକ୍ତ ଆପୋଲ ସ୍ୱାମୀ କାଡ୍ରାକା, କୋରାପୁଟ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଝିନ ହିକକା, ପୂର୍ଵତନ ଲଷ୍ମୀପୂର ବିଧାୟକ ଶ୍ରୀଯୁକ୍ତ କୈଳାଶ କୁଲେସିକା,ପୂର୍ବତନ କୋରାପୁଟ ବିଧାୟକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ସଗରିଆ,ରାୟଗଡା ଜିଲ୍ଲା ପରିଷଦ ଆଧ୍ୟକ୍ଷା, ପୁଣି ଅନ୍ୟାନ୍ୟ ମାନେ ସବୁ ଉପସ୍ଥିତ ହୋଇ ଅଞ୍ଚଳ ର ସ୍ୱାର୍ଥ ଦୃଷ୍ଟି ରୁ ବୋକ୍ସାଇଟ୍ ନଦେବାକୁ ଆଗାମୀ ଦିନିରେ କାଡିଙ୍ଗା ମାଳି ର ସୁରକ୍ଷା ପାଇଁ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦେବାକୁ ସ୍ଥିର କରିଥିବା ଦେଖୁବାକୁ ମିଳିଥିଲା l ତତ୍ ସଙ୍ଗେ ସଙ୍ଗେ କୋଡିଙ୍ଗାମାଳି ର ବକ୍ସାଇଟ୍ ନିର୍ମାଣଧିନ ପ୍ରକଳ୍ପ (ଆଦିତ୍ୟ ବିର୍ଲା) ପାଇଁ କେମିତି ସୁରକ୍ଷିତ ଓ ସଂରକ୍ଷିତ ରଖା ଯିବ ଏବଂ ଆଦିତ୍ୟ ବିର୍ଲା କମ୍ପାନୀରେ କେମିତି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଅଧିକରୁ ଅଧିକ କରାଯାଇ ପାରିବ, ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କେମିତି କରାଯିବ ଏହି ସବୁ କୁ ନେଇ ବୈଠକରେ ଉପସ୍ଥିତ ନେତା ମାନେ ନିଜ ନିଜ ମତ ବ୍ୟକ୍ତ କରିଥିବା ସହ ଯଦି ସାଧାରଣ ଲୋକଙ୍କ ଅସୁବିଧା ଉପରେ ଗୁରୁତ୍ୱ ଦିଆ ନଯିବ ତାହେଲେ ଆନ୍ଦୋଳନ ସୁନିଶ୍ଚିତ ବୋଲି ମଧ୍ୟ ଚେତାଇ ଦେଇଛନ୍ତି l

କୋରାପୁଟ ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ

error: Content is protected !!