ପୁରୀ ଜିଲ୍ଲା (ଆମ ଓଡିଶା ଖବର) ଡେଲାଙ୍ଗତା ୨୧-୫-୨୫ଡେଲାଙ୍ଗ ହାଟ ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ କବି ତଥା ଶିକ୍ଷକ ପ୍ରଭାତ କୁମାର ସେଠୀଙ୍କ ପିତା ସ୍ବର୍ଗତ ସତ୍ୟବାଦିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ରାଜ୍ୟ ସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ରାଜ୍ୟ ସ୍ତରୀୟ ସାରସ୍ଵତ ସମାରୋହରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଡେ଼ଲାଙ୍ଗ ଶାଖାର ସଂଯୋଜକ ଶ୍ରୀ ଅଭୟ ଚରଣ ସାହୁ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳର ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ରାଜ କିଶୋର ପାଣିଗ୍ରାହୀ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ସୁନାମଧନ୍ୟଶିଶୁ ସାହିତ୍ୟକ ଡ ହେମନ୍ତ କୁମାର ଛୋଟରାୟ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଟିକି ତାରା ପତ୍ରିକାର ପ୍ରତିଷ୍ଠାତା ବିପିନ ଦଳେଇ ଯୋଗ ଦେଇଥିଲେ । ସମସ୍ତ ବକ୍ତା ପିତା ହିଁ ସନ୍ତାନର ଶ୍ରେଷ୍ଠ ସଖା ବୋଲି ମତ ବ୍ୟକ୍ତ କରିବା ସହ ପିତା ମାତାଙ୍କର ସେବା ସନ୍ତାନର ବ୍ରତ ହେବା ଦରକାର ବୋଲି କହିଥିଲେ । କବିତା ଆସରକୁ ଶିକ୍ଷକ ଅଜୟ ବଳିଆରସିଂ, ବିପିନ୍ ବେହେରା, ଜ୍ୟୋତ୍ସ୍ନାମୟୀ ସ୍ବାଇଁ ସଂଯୋଜନା କରିଥିବା ବେଳେ କବି ରୋହିତ ଚମ୍ପତି, ଶରତ ମହାପାତ୍ର, ଅରବିନ୍ଦ ମହାପାତ୍ର, ଗାନ୍ଧୀ ତତ୍ତ୍ଵ ପ୍ରଚାରକ ଅନାମ ମଲ୍ଲିକ, ଶ୍ରୀମାନ ଗଵା, ଶରତ ରାଉତ, ପ୍ରହଲ୍ଲାଦ ଛାଟୋଇ, ନମିତା ଦୋରା, ସସ୍ମିତା ଗ୍ରହଚାର୍ଯ୍ୟ ଯୋଗ ଦେଇ ସ୍ୱ ରଚିତ କବିତା ପାଠ କରିଥିଲେ । ଏହି ଅବସରରେ ସ୍ବର୍ଗତ ସତ୍ୟବାଦୀ ସେଠୀ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ମହାନ୍ତିଙ୍କୁ ଶିକ୍ଷକ ଗୌରବ, ଶିକ୍ଷକ ଅଭୟ ଚରଣ ସାହୁଙ୍କୁ ଶିକ୍ଷକ ରତ୍ନ ଓ ସାମ୍ବାଦିକ ରାଜକିଶୋର ସ୍ବାଇଁଙ୍କୁ ସାମ୍ବାଦିକ ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ଶିକ୍ଷକ ପ୍ରଭାତ କୁମାର ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଡେଲାଙ୍ଗ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।
More Stories
ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।
ଘୋରଡିଆ ହାଟ ବଜାର ଦୟା ସେତୁ ବିପଦରେ …
ଚାଇଁ ପୁର ବେହେରା ସାହିରେ ଜନ୍ମାଷ୍ଟମୀ ପାଳିତ ।