ଷଷ୍ଠ ଓଡ଼ିଶା ବାଟାଲିୟନ ଏନ ସି ସି ପକ୍ଷରୁ ବାର୍ଷିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

ପୁରୀ : ଷଷ୍ଠ ଓଡ଼ିଶା ବାଟାଲିୟନ ଏନ ସି ସି ପକ୍ଷରୁ ଦ୍ୱିତୀୟ ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ୪ଟି ଜିଲ୍ଲାର ପ୍ରାୟ ୬ସହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ । ବାଟାଲିୟନ କମାଣ୍ଡ ଅଧିକାରୀ କର୍ଣ୍ଣେଲ ସୁଦୀପ୍ତ ସିହ୍ନା ତତ୍ୱାଧାନରେ ୨୦ଜଣ ଅର୍ମି କମାଣ୍ଡର ଓ ୧୧ଜଣ ଏନ୍ ଏ ସି ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସୁଚାର ରୂପେ ପରିଚାଳନା କରିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ପୁରୀରେ ଆୟୋଜିତ ଶିବିରରେ ପ୍ରଥମେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କର ଯାଞ୍ଚ କରାଯିବା ପରେ ମୁଖ୍ୟ ଉଦ୍ଦେଶ୍ୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସେହିପରି ଦ୍ବିତୀୟ ଦିବସ ଅଧିବେସନରେ କର୍ଣଲ ଶ୍ରୀ ସିହ୍ନା ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ । ନିଜର ବକ୍ତବ୍ୟରେ ସେ ଏନ୍ ସି ସିର ଉଦ୍ଦେଶ୍ୟ ଏବଂ ମୂଳ ଲକ୍ଷ୍ୟ ସମ୍ଵନ୍ଧରେ କହିବା ସହିତ କ୍ୟାଡେଡ଼ ମାନଙ୍କୁ ଭବିଷ୍ୟତର ସିପାହୀ ବୋଲି ସମ୍ବର୍ଦ୍ଧିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବାଟାଲିୟନର ପ୍ରଶାସନିକ ଅଧିକାରୀ କର୍ଣ୍ଣେଲ ଯେ ବି ସିଂହ ଉପସ୍ଥିତ ରହି କ୍ୟାଡେଡ଼ ମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ମାନଙ୍କୁ ପ୍ୟାରେଡ , ବନ୍ଧୁକ ଚାଳନା, ପ୍ରତିବନ୍ଧକ ଦୌଡ଼ , ମାନଚିତ୍ର ର ପରିଭାଷା ଇତ୍ୟାଦି ଭାରତୀୟ ଆର୍ମି ସମ୍ବଦେୟ ବିଷୟ ଶିକ୍ଷା ଦିଆଯାଇଥିଲା ।ଏହା ବ୍ୟତୀତ ପ୍ରଶିକ୍ଷଣ ମାନଙ୍କୁ ସଡ଼କ ସୁରକ୍ଷା , ସମାଜ ସେବା , ଆଶୁ ଚିକିତ୍ସା , ଆତ୍ମରକ୍ଷା କୌଶଳ , ନିଆଁ ଲିଭା କୌଶଳ ପ୍ରଭୁତି ଶିକ୍ଷା ଦିଆଯାଇଥିଲା । ସେହିପରି ପ୍ରଶିକ୍ଷଣ ମାନଙ୍କୁ ଆଇ ଆଇ ଟି ପୁରୀ ସିକ୍ଷାକେନ୍ଦ୍ର ଭ୍ରମଣରେ ନିଆଯାଇଥିଲା ।ସେଠାରେ ସେମାନଙ୍କୁ ଶ୍ଳିପ ତାଲିମ ସମ୍ବନ୍ଧୀୟ ଜ୍ଞାନ କୌଶଳ ଶିକ୍ଷା ମଧ୍ୟ ଦିଆଯାଇଥିଲା । ଏହା ବ୍ୟତୀତ ଅଗ୍ନିବୀରରେ ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପ୍ରଶିକ୍ଷଣ ମାନଙ୍କୁ ପ୍ରଦାନ କରାଯାଇଥିଲା ।

ପ୍ରସନ୍ନ କୁମାର ସ୍ବାଇଁ

error: Content is protected !!