ରାଉରକେଲା,(ବସନ୍ତ କୁମାର ଜେନା): ଆସନ୍ତା ଫେବୃଆରୀ ୪ ତାରିଖ, ରବିବାର ଦିନ ରାଉରକେଲାର ସେକ୍ଟର – ୧୩, ମେଲଣ ପଡିଆରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୬ତମ ଶୁଭ ଜନ୍ମ ମହୋତ୍ସବ ଓ ୭ମ ଇଷ୍ଟୀଦୀପନା ମହୋତ୍ସବ – ୨୦୨୪ ଅନୁଷ୍ଠିତ ହେବ ବୋଲି ଆଜି ସେକ୍ଟର-୨୧, ସତସଙ୍ଗ ବିହାର ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଏହି ୭ମ ଇଷ୍ଟୀଦୀପନା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ ରାଜସ୍ବ ଆୟୁକ୍ତ ଏସ୍. ସି. ଦଳାଇ, ସମ୍ମାନୀତ ଅତିଥି ଭାବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡକ୍ଟର ଶୁଭଙ୍କର ମହାପାତ୍ର ଏବଂ ରାଉରକେଲା ଇସ୍ପାତ କାରଖାନା ନିର୍ଦ୍ଦେଶକ ପ୍ରଭାରୀ ଅତନୁ ଭୌମିକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରାତଃ ୧୦ ଘଟିକା ଠାରୁ ଆରମ୍ଭ ହେଉଥିବା ଏହି କାର୍ଯ୍ଯକ୍ରମରେ ଦେଓଘର ଆଶ୍ରମରୁ ଆସିଥିବା ସଙ୍ଗୀତଜ୍ଞଙ୍କ ଦ୍ବାରା ସମ୍ମିଳିତ ସଙ୍ଗୀତ ସହିତ ସନ୍ଧ୍ଯା ବିନତୀ ପ୍ରାର୍ଥନା, ସଦଗ୍ରନ୍ଥ ପାଠ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନ ଅନୁଷ୍ଠିତ ହେବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଇଷ୍ଟୀଦୀପନା ଉତ୍ସବ କମିଟିର ରାଧାକାନ୍ତ ମିଶ୍ର, ବସନ୍ତ କୁମାର ଜେନା, ଶାନ୍ତନୁ କୁମାର ନାୟକ, ଅଶୋକ କୁମାର ରାୟ, କୁଶଲ ଓରାମ, ରାଜୀବ ଲୋଚନ ହୋତା, ଲକ୍ଷ୍ମଣ ନାୟକ, ରବି ନାରାୟଣ ଦାସ, ସଦାନନ୍ଦ ତନ୍ତୀ, ସଂକୀର୍ତ୍ତନ ଗୋୟଲା, ନକୁଳ ଚନ୍ଦ୍ର ଜେନା, ସର୍ବହରା ମହାନ୍ତି, ବିଷ୍ଣୁ ମହାନନ୍ଦିଆ, ସୁନାକର ଧଳ, ଜି. ବି. ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।
*ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୬ତମ ଶୁଭ ଜନ୍ମ ମହୋତ୍ସବ ଫେବୃଆରୀ 4 ତାରିଖରେ*

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l