ରାୟଗଡା ଜିଲ୍ଲା (ଆମ ଓଡିଶା ଖବର)
ସାବିତ୍ରୀ ବ୍ରତକୁ ନେଇ ଆଜିର କବି/ କବୀ/ ଲେଖକ ମାନେ ହ୍ବାଟସପ୍ ଓ ଫେସ୍ ବୁକ୍ ରେ ବିଭିନ୍ନ ପ୍ରବନ୍ଧ, କବିତା, ଚୁଟୁକୁଲା ଇତ୍ୟାଦି ଛାଡିଛନ୍ତି । କିଏ ଧନାତ୍ମକ ଦୃଷ୍ଟିରୁ ଲେଖିଛନ୍ତି ତ କିଏ ଋଣାତ୍ମକ ଢଙ୍ଗରେ ତଥା ବ୍ଯଙ୍ଗ କରି ଉପମା ଅଳଙ୍କାର ଦେଇ ମାନସ ସନ୍ତାନ ମାନଙ୍କୁ ଭୂମିଷ୍ଠ କରାଇଛନ୍ତି ।ଏଥିରୁ ଯାହା ଅନୁମିତ ହୁଏ ଏହା ଏକ ପାରମ୍ପରିକ ହିନ୍ଦୁ ପର୍ବ ହେଲେ ମଧ୍ୟ ଆଜିର ସାବିତ୍ରୀ ମାନଙ୍କୁ ନେଇ ବ୍ଯଙ୍ଗ ଚିତ୍ରଣ କେତେଦୂର ସମାଜରେ ପ୍ରତିଫଳିତ ହେଉଛି ଉପଲବ୍ଧି କରିବାର ସମୟ ଆମ ହାତ ପାହାନ୍ତାରେ ।
ବାସ୍ତବିକତା ଦୃଷ୍ଟିରୁ ଟିକେ ଗଭୀର ଭାବରେ ଚିନ୍ତା କଲେ ସେ ସମୟରେ ସାବିତ୍ରୀ ଯମଙ୍କ ସହିତ ଭକ୍ତି ଓ ଆଧ୍ୟାତ୍ମିକ ତାକୁ ବଳବତ୍ତର କରି ହୃତ ରାଜ୍ୟ, ଶାଶୁ ଶଶୁର ଙ୍କ ଅନ୍ଧତ୍ବ ଦୂର, ସ୍ବାମୀଙ୍କ ଔରସରୁ ସନ୍ତାନ,ପିତାଙ୍କୁ ପୁତ୍ର ଓ ସ୍ବାମୀଙ୍କ ପ୍ରାଣ ଫେରାଇ ଆଣିବା ପାଇଁ ସକ୍ଷମ ହୋଇଥିଲେ ଯାହା ଆଜି ପାଇଁ ଉଦାହରଣ କିନ୍ତୁ ଆଜିର ସାବିତ୍ରୀ ମାନେ ଶିକ୍ଷିତା ବା ଅଶିକ୍ଷିତା, ଗାଁ ହେଉ ବା ସହର ନିଜ ମତଲବକୁ ବଳବତ୍ତର କରି କାହା ସହିତ ଲଢି ଝଗଡା କରୁଥିବେ ତାହା ପାଠକେ ହୃଦୟଙ୍ଗମ ନିଶ୍ଚୟ କରିବେ ।
ଏ ବ୍ରତକୁ ଆଖିରେ ରଖି ଗୋଟିଏ ଦିନରେ ଧନୀ ହେବା ଚିନ୍ତାରେ ଅସାଧୁ କଳାବଜାରୀ ନିର୍ଦ୍ଦୟ ବେପାରୀ ମାନେ ଚଢା ଦରରେ ଯେଉଁ ପୂଜା ସାମଗ୍ରୀ ବିକ୍ରୟ କରନ୍ତି ସେଠାରେ ଗରୀବ ସାବିତ୍ରୀ ମାନେ ଅଳ୍ପରେ କାମ ଚଳାଇ ନିଅନ୍ତି ଆଉ ଅହଂକାର ଚୌକି ଉପରେ ବସି ଯେଉଁମାନେ ସତ୍ଯବାନ ମାନଙ୍କୁ ଲମ୍ବାଚୌଡା ତାଲିକା ଧରାଇ ଦିଅନ୍ତି—
ବିଚରା ଆଣିବାକୁ ଏକ ପ୍ରକାର ବାଧ୍ୟ ନଚେତ୍ ମୁହଁ ଫୁଲେଇ ଯେଉଁ ମୁଣ୍ଡିଆଟା ମାରିବେ ସେତେବେଳେ ମୁଣ୍ଡରେ ଓଢଣା ନଥିବ ଯାହା ସେ ସମୟରେ ସାବିତ୍ରୀଙ୍କ ମୁଣ୍ଡରୁ ଓଢଣା ଖସିଯିବା ଭୟ ପ୍ରତି ସାବଧାନତା ଅବଲମ୍ବନ ପୁରାଣରୁ ଜଣାଯାଏ ।
ଯଦିଓ କଥାଟା ଆମ୍ବିଳିଆ ଓ କଟୁ ଅନୁଭବ ହେଉଛି ତଥାପି ଟିକିଏ ଦେଖନ୍ତୁ ତ ପ୍ରତିଦିନ ସାବିତ୍ରୀ ବ୍ରତ ପାଳନ ନକରି ଗୋଟିଏ ଦିନରେ କରି ସାରିବା ଆଉ ବଳକା ଦିନ କାଖ ଛାତି କଟା ବ୍ଲାଉଜ୍ ଓ ପଛରୁ ପିଠି ତିନି ଭାଗ ସମାଜକୁ ଦିଶୁଥିବା ବସ୍ତ୍ର ପିନ୍ଧି, ମୁଣ୍ଡରେ ଓଢଣା ନଦେଇ ସର୍ବତ୍ର ବୁଲି ପରମତରେ ସମୟ ସାରିବା । ବେଳେ ବେଳେ କୃତ୍ରିମ ଯୌବନକୁ ଦିଗ୍ ବଳୟରେ ପହଞ୍ଚାଇବା ପାଇଁ ମନ ଘୋଡା ଦୌଡକୁ ଦ୍ରୁତରୁ ଦ୍ରୁତ କରି ଚିପାପ୍ଯାଣ୍ଟ ଓ ଲଜ୍ଯାହୀନ ଝୀନ ଟି ସାର୍ଟ ବିନା ଉତ୍ତରୀୟରେ ପିନ୍ଧି ନିଜର ଅଧାଲଙ୍ଗଳା ବିନାଶି ଦେହର ଇସ୍ତାହାର ବାଣ୍ଟିବା ।
କାଁ ଭାଁ ଦୃଶ୍ଯମାନ ।ଏଇ ଦେଖୁ ନାହାଁନ୍ତି କିପରି ଆଜିର ଉଗ୍ର ଆଧୁନିକ ସଦ୍ଯ ବିବାହିତା ସାବିତ୍ରୀ ମାନେ ଶାଢୀ ପିନ୍ଧି ପୂଜା କରିବା ଓ ପୂଜାପୀଠକୁ ଯିବା ମରହଟ୍ଟୀ ପ୍ରଥା କହି ନାକ ଟେକୁଛନ୍ତି ।ପାଦରେ ଚାଲି ଯିବାକୁ ମନ କୁନ୍ଥୁ କୁନ୍ଥୁ ।ସେତେବେଳେ ଖାଲଢିପ,ପଥର, କଣ୍ଟା ଇତ୍ୟାଦି ବିଘ୍ନକୁ ଭ୍ରୁକ୍ଷେପ ନକରି ସାବିତ୍ରୀ ମୃତ୍ୟୁ ଦେବତା ଯମଙ୍କ ପଶ୍ଚାତ ଧାବନ କରିଥିଲେ ।ଅସଲ ଅଳଙ୍କାର ବୋଲି ସେ ସ୍ବାମୀଙ୍କୁ ହିଁ ଜାଣିଥିଲେ କିନ୍ତୁ ଆଜିର ସାବିତ୍ରୀ ମାନଙ୍କୁ ଦେଖନ୍ତୁ ବେଶ ପରପାଟୀ ବର୍ଣ୍ଣନା ବାହାର ।କଳାଚଷମା, ଓଠରେ ଲାଲ ପାଶ୍ଚାତ୍ୟ ପ୍ରଲେପ ।ବେକ ଛିଡି ପଡିଲା ପରି ଅଳଙ୍କାର ପରିଧାନକରି ବେକର କିଛି ଅଂଶ ଶାଢୀକୁ ଖୋଲି ମୋତେ ଅନାଅର ବଡିମା ଆଶା ।ଗର୍ବ ମୁଣିକୁ କାନ୍ଧରେ ଝୁଲେଇ ସ୍ବାମୀଙ୍କୁ କଡା ସଂକେତ ମୋତେ ମଟର ସାଇକେଲରେ ନେଇ ପୂଜା ସ୍ଥଳରେ ଛାଡି ଦେଇ ଆସ।ରାସ୍ତାରେ ସାକ୍ଷାତଙ୍କୁ ହାଲୋ ହାଏ।ମଟର ସାଇକେଲରେ ଧରିବସିବା ପାଇଁ ସବୁ ବ୍ୟବସ୍ଥା ଥାଇ ବି ସାବିତ୍ରୀ ମାନେ ଅସଯଂତାକୁ ସ୍ବାଗତ କରନ୍ତି ।
ପୂଜାସ୍ଥଳ ଭାରି ଗହଳି । ସାମାଜିକତା ଦୂରତ୍ବକୁ ଅବମାନନା ।ବିଭିନ୍ନ ସ୍ଥାନରୁ ସାବିତ୍ରୀ ମାନଙ୍କ ଉପସ୍ଥିତି ।ଚିହ୍ନା ଅଚିହ୍ନା ମଧ୍ୟରେ ପାରସ୍ପରିକ ଆଲୋଚନା ।ବ୍ରତ କଥାରେ ମାୟା ଜାଲ ବିଛେଇ ଦିଏ। ଶାଢୀଟା ବଢିଆ ହୋଇଛି ବହୁତ ଦାମ୍ ହୋଇଥିବ? କେଉଁ ଦୋକାନରୁ କିଣିଲ ? ନାନୀ, ଅପା, ମାଉସୀ, ମାଇଁ, ଖୁଡୀ , ଭଉଣୀ ସମ୍ବୋଧନରେ ପୀଠ ମୁଖରିତ ।କେତେ ସୁନା ପିନ୍ଧିଛ? ଲାଲଚାନ୍ଦରୁ ଆଣିଲ କି? ନା ଖିମିଜିରୁ?
ଓଃ ସାବିତ୍ରୀରୁ? ସନ୍ ରାଇଜେ ରୁ ? କେଉଁଠାରୁ ହେଉ ଫୁଲେଇ ସାବିତ୍ରୀ ମାନଙ୍କ ପୂଜାରେ କି ମନ ଥାଏ? ନିଜର ପ୍ରଶଂସା ଶୁଣି ଶୁଣି ଆତ୍ମଶ୍ଳାଘା ଏତେ ବଢିଯାଏ ଯେ ପୂଜା କି ପୂଜକଙ୍କ ଆଡୁ ଚିନ୍ତା ଚେତନା ବାଟବଣା ହୁଏ ।ଇତ୍ଯ ଅବସରରେ ପୂଜକଙ୍କ ଓମ୍ ସ୍ବାହା ସ୍ବାହାରେ ପୃଜା ଶେଷ ।ପୂଜା ଶେଷ ଶୁଣି ଫୁଲେଇ ସାବିତ୍ରୀ ଙ୍କ ମନଦୁଃଖ କାରଣ ଆଉ କିଛି ସମୟ ନିଜର ପ୍ରଶଂସା ଶୁଣିବାରୁ ବଂଚିତ ହୋଇ ପୂଜକଙ୍କୁ କ୍ରୋଧ କଟାକ୍ଷ ।
ମୋବାଇଲ ବଟମ ଟପ୍ ଟାପ୍ ।କ୍ରିଂ କ୍ରିଂ । ଶୁଣୁଛ, ପୂଜା ଶେଷ ହେଲାଣି ।ଶୀଘ୍ର ଆସି ମୋତେ ନେଇଯାଅ ।ମଟର ସାଇକେଲରେ ବସିବା ଦୂରେ ଥାଉ ହେଇଟି ଶୁଣୁଛ ଦେଖ ତୁମ ସାଙ୍ଗ ମିଶ୍ର ବାବୁଙ୍କ ସ୍ର୍ତୀ ଯେଉଁ ହୀରାର ହାର ପିନ୍ଧିଛନ୍ତି ସେମିତି ହାରଟିଏ ମୋ ପାଇଁ କିଣି ଦେବ ନଚେତ୍ ମୁଁ ଆଉ ସାବିତ୍ରୀ ବ୍ରତ କରିବିନି ।ଯଥା——-।
ବିଚାର ଯୋଗ୍ଯ ।ଜଣେ ସାବିତ୍ରୀ ସ୍ବାମୀଙ୍କ ଜୀବନ ଦାନ ବର ମାଗିବା ବେଳେ ଆଉ ଜଣେ ସାବିତ୍ରୀ ସ୍ବାମୀଙ୍କୁ କ’ ଣ ମାଗୁଛି?
କ୍ଷମା କରିବେ ।କାହାପ୍ରତି ଆକ୍ଷେପ ନୁହେଁ ।ମୋର ବି ସ୍ର୍ତୀ, ଝିଅ, ବୋହୁ ଅଛନ୍ତି କିନ୍ତୁ ସେମାନଙ୍କୁ ମୋ ସଂସ୍କାର ବହୁତ ଭଲ ଲାଗେ ଓ ନିତି ପାଳନ କରନ୍ତି ।ଆଉ କାହାର ପରିବାର, କିଏ କିପରି, ନିଜସ୍ୱ ଚିନ୍ତାଧାରା,ନିଜସ୍ୱ ବ୍ଯକ୍ତିତ୍ବ,ସୌଜନ୍ୟତା,ସଂସ୍କାର ଓ ଶାଳିନତା ଆଶା କରନ୍ତି ମୁଁ ଜାଣିବା ଅନାବଶ୍ୟକ ।
କିନ୍ତୁ—-।
ଯେ ହେତୁ ଆମେ ଭାରତୀୟ ଧର୍ମ ଧାରଣା ସନାତନୀ ଅଟେ ।ସମସ୍ତେ ସନାତନ ଦେବୀ ଦେବତା ଧର୍ମର ଉପାସକ।ଆମର ସଂସ୍କୃତି, ପରମ୍ପରା,ସମ୍ମାନ,ସ୍ବାଭିମାନ ରଖିବା ଶ୍ରେୟସ୍କର । ନାହିଁ ଯଦି ନକରାତ୍ମକ ଶବ୍ଦକୁ ଜାବୁଡି ସେ ସମୟ ବଦଳି ଯାଇଛି କହିବା ତେବେ ଯମରାଜା ସେ ସମୟର ସାବିତ୍ରୀ ପାଇଁ ଆସିଥିଲେ ସେ ଏବେ ନିଜ ସମୟ ନଷ୍ଟ କରି ନ ଆସି ଏପରି କରୋନା ପରି ମହାମାରୀକୁ ପଠାଇବେ—ଆଉ ମଇଁଷି ମହା ଖୁସିରେ ସ୍ବର୍ଗୀୟ ଘାସ, କୁଣ୍ଡା ଖାଇ ତୋରାଣି ପିଇ ପାକୁଳି ପରେ ପାକୁଳି କରି ମୁନୀବଙ୍କ ଆଦେଶକୁ ଅପେକ୍ଷା କରିଥିବ।
ଜୟଦେବ ସିଠ ।୯୪୩୭୫୨୭୩୪୯
ଅଣୁଗଳ୍ପ ବ୍ରତ ବଦଳିଯାଇଛି

More Stories
ଜୀବନର ପଥେ ପଥେ ଲେଖକ — ଶ୍ରୀ ଜୟଦେବ ସିଠ
କଲ୍ୟାଣସିଂହପୁର ବ୍ଳକ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ର ବୈଠକ।
ମେଧାବୀ ସତ୍ୟ ନାଚିକାର ଉଚ୍ଚ ବୈଷୟକ ଶିକ୍ଷା ପାଇଁ ହାତ ବଢାଈଲା ଜିଲ୍ଲା ପ୍ରଶାସନ।