ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ଚନ୍ଦ୍ରପୁର : / ୨୫ / ୦୫ / ୨୫ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକର ଡାଙ୍ଗସୋରଡା ପଞ୍ଚାୟତ ଜୁଡିଙ୍ଗି ଗ୍ରାମ ର ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଛନ୍ତି। ଗତ ୨୦୨୪ ମସିହା ଡିସେମ୍ବର ମାସରେ ଆନ୍ଧ୍ରପ୍ରଦେଶ ଶ୍ରିକାକଲମ ଓ ବେଙ୍ଗାଳୁରୁ ଅଞ୍ଚଳରେ ଥିବା ଏକ ନର୍ସରୀ କମ୍ପାନୀ ଠାରେ କାମ କରୁଥିଲେ। କିନ୍ତୁ ହଠାତ୍ ତାଙ୍କର ୨୪ ତାରିଖ ଦିନ ଦେହ ଅସୁସ୍ଥ ହୋଇ କାମ କରୁଥିବା ନର୍ସରୀ କମ୍ପାନୀ ପରିସରରେ ହିଁ ମୃତ୍ୟୁ ଘଟିଥିଲା। ମୃତ ଶ୍ରମିକ ଙ୍କ ନାମ ବୁଲୁ ବ୍ରେଡେକା (୧୯) ବୋଲି ଜଣାପଡ଼ିଛି। ମୃତ ଶ୍ରମିକ ଯୁବକ ର କୈାଣସି ପ୍ରକାରେ ଆଗରୁ ତାଙ୍କ ଦେହ ଅସୁସ୍ଥତା ନଥିବା ପରିବାର ଲୋକେ କହିଛନ୍ତି। ଏଭଳି ସୁସ୍ଥ ସବଳ ଥିବା ଯୁବକ କେମିତି ହଠାତ୍ ତାଙ୍କର ଦେହ ଅସୁସ୍ଥ ହୋଇ ମୃତ୍ୟୁ ଘଟିଲା ତାହା କୁ ନେଇ ମୃତ ଶ୍ରମିକ ଙ୍କ ପରିବାର ପକ୍ଷରୁ ଏକ ଚିନ୍ତା ର ଜନକ ପାଲଟିଛି। ଏଭଳି ଦାଦନ ଶ୍ରମିକର ମୃତ୍ୟୁ ଘଟଣା କୁ ଦେଖି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଏଭଳି ଦାଦନ ଶ୍ରମିକର ମୃତ୍ୟୁ ଘଟଣା ବାରମ୍ବାର ଘଟୁଥିବା ବେଳେ ସରକାର କୋଉ ଦିଗରେ ଦୃଷ୍ଟି ଦେଉଛନ୍ତି ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବେଙ୍ଗାଳୁରୁ ରୁ ଓଡ଼ିଶାକୁ ଶବ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ସହାୟତାରେ ଅଣାଯାଇଥିଲା କିନ୍ତୁ ଶବ ପହଁଞ୍ଚିବା ପରେ ମୃତ ବ୍ୟକ୍ତିଙ୍କ ପରିବାର ଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ୭୦ ହଜାର ଟଙ୍କାର ମାଗିଥିଲେ। ତେଣୁ ଅଶିକ୍ଷିତ ପରିବାର ପ୍ରତି ସହାୟତା ର ହାତ ବଢ଼ାଇବା ପାଇଁ ସ୍ଥାନୀୟ ପ୍ରଶାସନ ମଧ୍ୟ କୈାଣସି ପ୍ରକାରେ ଦୃଷ୍ଟି ଦେଇନଥିବା ଜଣାପଡ଼ିଛି। ଏଣୁ ମୃତ୍ୟୁ ବୁଲୁ ବ୍ରେଡେକା ଙ୍କ ପରିବାର ସରକାରୀ ସହାୟତା ପାଇଁ ପିତା – ଆନ୍ଧ୍ରରୁ ବ୍ରେଡେକା ଦାବି କରିଛନ୍ତି।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।