ପୁରୀ (ଆମ ଓଡ଼ିଶା ଖବର ) ଡେ଼ଲାଙ୍ଗ ତା ୨୬-୫-୨୫ ଡେ଼ଲାଙ୍ଗ ବ୍ଲକ ଅନ୍ତର୍ଗତ ରେଞ୍ଚ ଗ୍ରାମ ପଞ୍ଚାୟତର ଓଡ ତରବୋଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ପୁରୀ ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଉପଦେଷ୍ଟା ରାମ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଡେ଼ଲାଙ୍ଗ ବିଇଓ ଶତୃଘ୍ନ ବେହେରା,ଏବିଇଓବୃନ୍ଦ, ଅବସର ବିଇଓ ସଚ୍ଚିଦାନନ୍ଦ ପ୍ରଧାନ,ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ଦତ୍ତ,ପିପିଲିର ପ୍ରାକ୍ତନ ଏବିଇଓ ଅଭିମନ୍ୟୁ ପ୍ରଧାନ, ବ୍ରହ୍ମଗିରିର ଏବିଇଓ ପ୍ରଶାନ୍ତ କୁମାର ଜେନା, ଗାନ୍ଧୀ ତତ୍ତ୍ଵ ପ୍ରଚାରକ ଅନାମ ମଲ୍ଲିକ,କବି ଦିଗମ୍ବର ରଥ, ଶିକ୍ଷାବିତ୍ ଅନନ୍ତ ସାହୁ, ସମାଜସେବୀ ହୃଷୀକେଶ ଜେନା,ସୁରେଶ ମନ୍ତ୍ରୀ ପ୍ରମୁଖ ଯୋଗଦେଇ ସୁରେନ୍ଦ୍ର ସାହୁଙ୍କ ସରଳ ବ୍ୟବହାର,ସଫଳ ଶୈକ୍ଷିକ ଜୀବନ ସମସ୍ତଙ୍କର ସବୁଦିନ ମନେ ରହିବ ବୋଲି କହିଥିଲେ। ଶିକ୍ଷକ ସଂଘ ସମ୍ପାଦକ ପ୍ରଶାନ୍ତ ଦାସ ମଞ୍ଚ ସଂଯୋଜନା କରିଥିଲେ। ମଞ୍ଚରେ ବିଦ୍ୟାଳୟର ପ୍ରତିଷ୍ଠାତା ଅର୍ଜୁନ ଜେନାଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଡେଲାଙ୍ଗ ଉନ୍ନୀତ ଉପ୍ରା ବିଦ୍ୟାଳୟର ପ୍ରାକ୍ତନ ଓ ବର୍ତ୍ତମାନର ପରିବାରବର୍ଗ ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ ଅଭୟ ରଥ, ବିପିନି ଦାସ, ଝରଣା ଦାସ, ଅନ୍ନପୂର୍ଣ୍ଣା ହରିଚନ୍ଦନ, ମଞ୍ଜୁଲତା ବେହେରା,ଅଭୟ ଚରଣ ସାହୁ,ଟିକେଇ ଦଳାଇ, କ୍ଷେତ୍ରବାସୀ ଆଳୁକ,ମନୋଜ ମହାରଣା,ଅଜୟ ପ୍ରଧାନ ମିଳିତ ଭାବେ ତାଙ୍କୁ ସ୍ଵତନ୍ତ୍ର ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅତୀତର ଅନେକ ଅଭୁଲା ସ୍ମୃତିକୁ ସଭାରେ ଶିକ୍ଷକଶିକ୍ଷୟିତ୍ରୀମାନେ ମନେ ପକେଇ ତାଙ୍କର ଗୁଣଗାନ କରିଥିଲେ।ସେ ଡେଲାଙ୍ଗ ୟୁଜିୟୁପି ସ୍କୁଲ୍,ମଣିଜପୁର, ପଟଣପୁର ଆଦି ବିଭିନ୍ନ ବିଦ୍ୟାଳୟରେ ଉତ୍ତମ ଶିକ୍ଷକତା କରି ସମସ୍ତଙ୍କର ପ୍ରିୟ ଥିଲେ ।ପରିଚାଳନାରେ ଶିକ୍ଷୟିତ୍ରୀ ନିରୁପମା ଦେଇ, ମମତା ପ୍ରଧାନ, କମିଟି ସଭାପତି ବିଜୟ ଜେନା ,ଗଗନ ପ୍ରଧାନ,ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ବିଶ୍ବାଳ,ଶିକ୍ଷକ ପ୍ରଣୟ ସ୍ଵାଇଁ ଓ ସଭ୍ୟ ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ। ଡାକ୍ତରୀ ଛାତ୍ର ସୁପୁତ୍ର ସ୍ମୃତି କିରଣ ସାହୁ ଓ ସୃଷ୍ଟି କିରଣ ସାହୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।ଶ୍ରୀ ସାହୁଙ୍କୁ ଏକ ଶୋଭାଯାତ୍ରାରେ ଗ୍ରାମବାସୀମାନେ ଗ୍ରାମ ପରିକ୍ରମା କରାଇ ଆବେଗପୂର୍ଣ୍ଣ ବିଦାୟ ଦେଇଥିଲେ।
ଡେ଼ଲାଙ୍ଗରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l