ଡେ଼ଲାଙ୍ଗ(ଆମ ଓଡ଼ିଶା ଖବର) ତା ୨୩-୫- ୨୫ ଜଟଣୀ ସହର ସ୍ଥିତ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ଶ୍ରୀ ବିଜୟ କୁମାର ରଥଙ୍କର ଚଳିତ ମାସ ସେ୨୧ ତାରିଖରେ ଦେହାନ୍ତ ହୋଇ ଯାଇଛି । ସେ ଜଣେ ମେଲାପୀ, ବନ୍ଧୁ ବତ୍ସଳ,ସେବା ମନବୃତି ତଥା ଧର୍ମପରାୟଣ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ତାଙ୍କର ଅମର ଆତ୍ମାର ସଦଗତି କାମନା କରି ବରିଷ୍ଠ ନାଗରିକ ମଞ୍ଚ , ଜଟଣୀ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠାନର ସଭାପତି ଶ୍ରୀ ଭକ୍ତ ବନ୍ଧୁ ଚୌଧୁରୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ଶୋକ ସଭାରେ ସମ୍ପାଦକ ସଚିଦାନନ୍ଦ ମହାନ୍ତି, ଶରତ ଚନ୍ଦ୍ର ଦାଶ, ସହ ସମ୍ପାଦକ ପ୍ରହ୍ଲାଦ ସ୍ୱାଇଁ, ପଦ୍ମନାଭ ପାଣିଗ୍ରାହୀ, ଅରୁଣ ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ ।
ଡେ଼ଲାଙ୍ଗ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।


More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |