ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )୨୭/୫: ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଷ୍ଟେଟ ବ୍ୟାଙ୍କ ପାଇଁ ବହୁବାର ଦାବି ସତ୍ତ୍ୱେ କୌଣସି ସୁଫଳ ମିଳୁ ନାହିଁ | ଶେଷରେ ମୁକୁନ୍ଦପୁର ଗ୍ରାମର ତଥା ମୁକୁନ୍ଦପୁର ମଣ୍ଡଳର ବିଜେପି କର୍ମୀ ମାନସ କୁମାର ଦାସ ଓ ସନ୍ତୋଷ ମହାପାତ୍ର ଉଭୟେ ଭୁବନେଶ୍ୱର ଯାଇ ସେଠାରେ ବିଜେପିର ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିକଟରେ ଅଭିଯୋଗ ପତ୍ର ପ୍ରଦାନ କରି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର ମୁକୁନ୍ଦପୁର ଗ୍ରାମ ଠାରେ ଏକ ଭାରତୀୟ ଷ୍ଟେଟ ବ୍ୟାଙ୍କ ସ୍ଥାପନ ନିମନ୍ତେ ଲିଖିତ ଅଭିଯୋଗ ଦିଆଯାଇଛି | ଅଭିଯୋଗ ପତ୍ରରେ ଦର୍ଶାଯାଇଛି କି, ମୁକୁନ୍ଦପୁର ଗ୍ରାମ ଉପରେ ଅଞ୍ଚଳର ପ୍ରାୟ ୯ ଗୋଟି ପଞ୍ଚାୟତବାସି ପ୍ରତ୍ୟେକ କ୍ଷେତ୍ରରେ ନିର୍ଭର କରିଥାନ୍ତି | ଏହି ୯ ଗୋଟି ପଞ୍ଚାୟତର ଜନସଂଖ୍ୟା ପ୍ରାୟ ୪୦ ହଜାର ହେବ | ତେବେ ଅଞ୍ଚଳବାସୀଙ୍କ ପାଇଁ ମୁକୁନ୍ଦପୁର ଠାରେ ଗୋଟିଏ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରହିଛି | ଉକ୍ତ ବ୍ୟାଙ୍କରେ ଠିକ୍ ସେ ସେବା ମିଳି ପାରୁ ନାହିଁ | ପ୍ରାୟ ସମୟରେ ଲିଙ୍କ ଫେଲ ଓ ଆବଶ୍ୟକ ଅନୁଯାୟୀ ଟଙ୍କା ନ ଥିବା ହେତୁ ଆବଶ୍ୟକ ସମୟରେ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି | ଅଞ୍ଚଳର ୯ ଗୋଟି ପଞ୍ଚାୟତର ଲୋକଙ୍କ ପାଇଁ ମୁକୁନ୍ଦପୁର ଗ୍ରାମ ବ୍ୟବସାୟର ପେଣ୍ଠସ୍ଥଳୀ ହୋଇଥିବା ବେଳେ ଲୋକଙ୍କୁ ଉପଯୁକ୍ତ ବ୍ୟାଙ୍କିଙ୍ଗ ସୁବିଧା ନାହିଁ | ଏହା ଛଡା ବେଳେ ବେଳେ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଗଲେ ଜନସେବା କେନ୍ଦ୍ରକୁ ଯିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ କହୁଛନ୍ତି | ଉକ୍ତ ବ୍ୟାଙ୍କରେ କେବଳ ଟଙ୍କା ବାନ୍ଧିବା ଛଡା ଆଉ କୌଣସି ଉପକାରରେ ଉକ୍ତ ବ୍ୟାଙ୍କ ଆସୁନାହିଁ | ସେହିପରି ଏଟିଏମ୍ ର ସୁବିଧା ବି ନାହିଁ | ଜରୁରୀକାଳୀନ ସ୍ଥିତିରେ ଲୋକଙ୍କୁ କୋଡିଏ କିଲୋମିଟର ଜେକେପୁର କିମ୍ବା ୧୭ କିଲୋମିଟର କୋଲନରା ଯିବାକୁ ପଡୁଛି ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏମିତିକି ପୂର୍ବରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ବି ଆଜି ପର୍ଯ୍ୟନ୍ତ କୌଣସି ଫଳପ୍ରଦ ହୋଇନାହିଁ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି | ଅଭିଯୋଗ ପାଇବା ପରେ ଉକ୍ତ ସମସ୍ୟା ଉପରେ ବିଚାର କରି ଯଥାଶୀଘ୍ର ଷ୍ଟେଟ ବ୍ୟାଙ୍କ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ଆଶ୍ୱାସନା ଦେଇଥିବା ଶ୍ରୀ ଦାସ କହିଛନ୍ତି | ତେବେ ମନ୍ତ୍ରୀ ଦେଇଥିବା ଆଶ୍ୱାସନା କେବେ ପୂରଣ ହୋଇ ଅଞ୍ଚଳବାସୀଙ୍କ ସୁବିଧା ଦୃଷ୍ଟିରୁ ମୁକୁନ୍ଦପୁର ଗ୍ରାମରେ ଏକ ଷ୍ଟେଟ ବ୍ୟାଙ୍କ ସହ ଏଟିଏମର ସୁବିଧା କେବେ ମିଳିବ ତାହା ଦେଖିବାକୁ ବାକି ରହିଲା |
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।