ରାୟଗଡା ଜିଲ୍ଲା (ଆମ ଓଡିଶା ଖବର) କଲ୍ୟାଣସିଂହପୁର,୨୭/୦୫( ଖବର ):-ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସିକରପାଇ ଗ୍ରାମର ଶ୍ରୀ ଗୋପାଳ ଚେଟି ଙ୍କ ଘରେ ଗତ ତା – ୧୩. ୫.୨୫ ରିଖରେ ଆମେ ଚର ନୁହଁ ମାଓବାଦି ପରିଚୟ ଦେବା ସହ ମାରଣାସ୍ତ୍ର ଦେଖାଇ ଦମ୍ପତିଙ୍କ ସୁନା, ରୁପା, ସିନ୍ଧୁକ ଓ ବାଇକ ନେଇଯାଇଥିଲେ ଦୃବୁତ। ଘଟଣାର ୨୪ ଘଣ୍ଟା ମଧ୍ୟରେ ଡକାୟତ ମାନେ ଦମ୍ପତି ଙ୍କୁ ଆକ୍ରମଣ କରି ସୁନା ଅଳଙ୍କାର,ସିନ୍ଦୁକ ଓ ବାଇକ ଲୁଟ ଘଟଣାରେ ପୁଲିସ ତଦନ୍ତ କରି ବାଇକ ଓ ସିନ୍ଦୁକ କୁ ଠାବ କରିଥିବା ଦେଖିବାକୁ ମିଳିଥିଲା। କଲ୍ୟାଣସିଂହପୁର ପୁଲିସ ନୀଳକଣ୍ଠ ବେହେରା,ଏସ ଆଇ ହେମନ୍ତ କୁମାର ବରିହା, ଏ ସାଇ ଦିଲୀପ ମାଝୀ, କନେଷ୍ଟେବୁଲ କାର୍ତ୍ତିକ ବରିହା,ଏକ ଦଳ ନେଇ ଉକ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ ତଦନ୍ତ କରୁଥିବା ବେଳେ ପୂଜାରୀଗୁଡା ପଞ୍ଚାୟତର ପୂଜାରୀଗୁଡା ଯିବା ରାସ୍ତା ଗୁଡ଼ିଆରେ ବାଇକ ଓ ନିକଟସ୍ଥ ଆମ୍ବ ଗଛ ମୂଳରେ ସିନ୍ଦୁକ ଛାଡିଥିବା ପୁଲିସ ଦେଖି ଉଦ୍ଧାର କରିଥିଲା । ପୋଲିସ ଉକ୍ତ ଚରୀ ଘଟଣାର ନମ୍ବର ୩୯/୨୫ ଘଟଣାର ଜର ସର ତଦନ୍ତ ଚଳାଇ ଜଣେ ଅଭିଯୁକ୍ତ କୁ ତା -( ୨୩. ୫. ୨୫ )ରିଖରେ ଗିରଫ କରିବା ସହିତ କର୍ଟଚାଲାଣ କରିଥିଲା। ଜେରାପରେ ଅଭିଯୁକ୍ତ ଇଶ୍ୱର ଚରୀ କରିଥିବା ସ୍ୱୀକାର କରି ତାଙ୍କ ସହଯୋଗୀ ମାନଙ୍କ ନାଁମ କହିଥିଲେ। ଏହାକୁ କେନ୍ଦ୍ରକରି ପୋଲିସ ଗତକଲି ତା -୨୬. ୫. ୨୫ ରିଖରେ ୨ ଜଣ ଅଭିଯୁକ୍ତ ଙ୍କୁ ଅଟକ ରଖି ଆଜି କର୍ଟଚାଲାଣ କରିଛି। ଦୁଇ ଜଣ ଅଭିଯୁକ୍ତ ସିକରପାଇ ଅଞ୍ଚଳର ( କୁମ୍ଭାରସାହି ଗୁରୁତଳୀ ) ଲାଡୀ ସନ୍ତୋଷ କୁମାର ଥିବାବେଳେ ଶିକରପାଇ ଗ୍ରାମର ଗେମ୍ଭଳି ଚନ୍ଦନ କୁମାର ଙ୍କୁ କର୍ଟଚାଲାଣ କରିଥିବା ଆଇ ଆଇ ସି ଶ୍ରୀ ବେହେରା କହିଛନ୍ତି। ସେ କହିଛନ୍ତି ଜେ ଉକ୍ତ ଘଟଣାରେ କେତେଜଣ ଦୃବୁତ ସପୃକ୍ତ ଅଛନ୍ତି ତାହା ଅସ୍ପଷ୍ଟ ରହିଛି କିନ୍ତୁ ଉକ୍ତ ଘଟଣାରେ ଲିପ୍ତଥିବା ଦୃବୁତ ମାନଙ୍କୁ ଯଥାଶୀଘ୍ର ଧରି କର୍ଟଚାଲାଣ କରାଯିବ ବୋଳି ସୂଚନା ରଖିଛନ୍ତି
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।