ବେଗୁନିଆପଡା, (ଆମ ଓଡିଶା ଖବର) ଗୋପାଳପୁର ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆ ରେ ହାଣିବା ପରେ ଇଟା ରେ ମୁଣ୍ଡ କୁ ଛେଚି ମାରିଲା ସ୍ତ୍ରୀ । ଧାରା ପଡ଼ିଯିବା ଭୟ ରେ ଗତ ରାତିରୁ ସ୍ୱାମୀର ମୃତ ଦେହ କୁ ଘର ଭିତରେ ଲୁଚାଇ ରଖିଥିଲା ସ୍ତ୍ରୀ । ଏମିତି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ତାଳସର ପଞ୍ଚାୟତ ର ଗୋପାଳପୁର ଗ୍ରାମରେ । ଗୋପାଳପୁର ଗ୍ରାମରେ ନାରାୟଣ ଭୁୟାଁ ଙ୍କୁ ତାଙ୍କ ସ୍ତ୍ରୀ ରିନା ଭୁୟାଁ ହତ୍ୟା କରିଛନ୍ତି । ନାରାୟଣ ଓ ରିନା ଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ପାରିବାରିକ କଳହ ଲାଗିରହିଥିଲା । ତେଣୁ ଦୁହେଁ ଅଲଗା ଅଲଗା ଘରେ ରହି ଆସୁଥିଲେ । ତେବେ ଗତକାଲି କିଛି କଥା କୁ ନେଇ ଦୁହିଁଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହେବା ପରେ ରିନା ତାଙ୍କୁ ଟାଙ୍ଗିଆ ଆଉ ଇଟା ରେ ଆକ୍ରମଣ କରିଥିଲେ । ଯାହା ଫଳରେ ନାରାୟଣ ଙ୍କ ଗତ ରାତିରେ ହିଁ ମୃତ ଘଟିଥିଲା । କିନ୍ତୁ ଧରାପଡିଯିବା ଭରେ ସ୍ଵାମୀଙ୍କ ମୃତ ଦେହ ରିନା ଲୁଚାଇ ରଖିଥିଲେ । ବେଗୁନିଆପଡ଼ା ପୋଲିସ ବିଶେଷ ସୂତ୍ର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଜବତ କରିଥିବା ବେଳେ ଅଭିଯୁକ୍ତ ସ୍ତ୍ରୀ ରିନା କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ଦିବ୍ୟଦର୍ଷି ଦିବାକର” ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳନ l
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।