ଯାଜପୁର / ଆମଓଡିଶା ଖବର (ସ୍ମୃତିରେଖା ମଲ୍ଲିକ) :ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ବରୁଣେଶ୍ଵର କଲ୍ୟାଣ ମଣ୍ଡପ ପରିସରରେ ବିଞ୍ଝାରପୁର ପୋଲିସ ପକ୍ଷରୁ ନୂତନ ଭାବେ ପ୍ରଣୀତ ଆଇନ୍ ଏବଂ ନିଶା ନିବାରଣ ସମ୍ପର୍କିତ ସଚ଼େତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଥାନା ଅଧିକାରୀ ବାମଦେବ ନନ୍ଦ ଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ରବିନ୍ଦ୍ର ପରିଡ଼ା ସଭାପତିତ୍ୱ କରିବା ସହ ନୂତନ ଭାବରେ କାର୍ଯ୍ୟକାରୀ ହେଉଥିବା ଭାରତୀୟ ନ୍ୟାୟିକ ସଂହିତା ସମ୍ପର୍କରେ ଥାନା ଅଧିକାରୀଙ୍କୁ ସୂଚ଼ନା ଦେବା ପାଇଁ ମତ ପୋଷଣ କରିଥିଲେ । ଥାନା ଅଧିକାରୀ ଶ୍ରୀ ନନ୍ଦ ଭାରତୀୟ ଦଣ୍ଡ ସଂହିତା ଏବଂ ଭାରତୀୟ ନ୍ୟାୟିକ ସଂହିତା ମଧ୍ୟରେ ଥିବା ପ୍ରଭେଦ ସଂପର୍କରେ ଆଲୋକ ପାତ କରିଥିଲେ । ପୂର୍ବରୁ ଥିବା ନିୟମ ରେ ଦଣ୍ଡ ଉପରେ ଗୁରୁତ୍ବ ଦିଆ ଯାଇଥିଲା ବେଳେ ନୂଆ ଆଇନ୍ରେ କଣ କଣ ପରିବର୍ତ୍ତନ ହୋଇଛି ତାହା ଉପସ୍ଥିତ ଥିବା ଘଣ୍ଟିଆଳି , ଚ଼ିକଣା ଏବଂ ଅରେଇ ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କୁ ଜଣାଇଥିଲେ ।ନୂଆ ଆଇନରେ ଛୋଟ ଛୋଟ ଦୋଷ ପାଇଁ ଲୋକଙ୍କୁ ଦଣ୍ଡ ବିଧାନ କରି କିପରି ସୁଧାର ଆଣିହେବ ସେ ସମ୍ପର୍କରେ ଥାନା ଅଧିକାରୀ ଶ୍ରୀ ନନ୍ଦ ପ୍ରକାଶ ମଧ୍ୟ କରିଥିଲେ । ଏହା ସହ ନିଶା ନିବାରଣ ପାଇଁ ନିଜେ ସଚ଼େତନ ହେବା ସହ ସାମ୍ମୁହିକ ପ୍ରଚେଷ୍ଟା ରେ କେବଳ ଗ୍ରାମ ଅଞ୍ଚଳରେ ଚାଲିଥିବା ନିଶା ବିକ୍ରି ବନ୍ଦ ସହ ନିଶାଡ଼ି ମାନଙ୍କୁ ନିଶା ମୁକ୍ତ କରିହେବ ବୋଲି ଅଧିକାରୀ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅରେଇ ଗ୍ରାମ ପଞ୍ଚାୟତ ସରପଞ୍ଚ ସ୍କୃତି ସମୀକ୍ଷା ମଲ୍ଲିକ , ଘଣ୍ଟିଆଳି ସରପଞ୍ଚ କାର୍ତ୍ତିକ ଧଳ , ଶାସନ୍ଦା ସରପଞ୍ଚ କାମଦେବ ଧଳ ,ଅରେଇ ସମବାୟ ସମିତିର ସମ୍ପାଦକ ହେମେନ୍ଦ୍ର ସାମଲ , ସାମ୍ବାଦିକ ଦେବ ବ୍ରତ ସାହୁ ପ୍ରମ୍ମୁଖ ନିଶାନିବାରଣ ଏବଂ ନୂତନ ଆଇନ୍ ଉପରେ ନିଜ ନିଜର ସୁଚ଼ିନ୍ତିତ ମତଦାନ କରିଥିଲେ ।ଅରେଇ ପଞ୍ଚାୟତ ପୂର୍ବତନ ସରପଞ୍ଚ ଦେବା ନନ୍ଦ ମଲ୍ଲିକ ମଦ୍ୟ ପାନ କରି ଦୃଘଣାରେ ପଡିଥିବା ବ୍ୟକ୍ତି କୁ ଉଦ୍ଧାର କରି ଡ଼ାକ୍ତର ଖାନାକୁ ନେବାରେ କିଛି ଅସୁବିଧା ଅଛି କି ଥାନା ଅଧିକାରୀଙ୍କୁ ପ୍ରଶ୍ନ କରିବା ସହ ଉପସ୍ଥିତ ସମାଜସେବୀ ଲୋକ ପ୍ରତିନିଧି ମାନେ ବିଭିନ୍ନ ପ୍ରକାର ପ୍ରଶ୍ନ କରି ନୂତନ ଆଇନ୍ ସମ୍ପର୍କରେ ଜାଣିବା କୁ ଚାହିଁଥିବା ବେଳେ ଥାନା ଅଧିକାରୀ ଶ୍ରୀ ନନ୍ଦ ସମସ୍ତ ପ୍ରକାର ପ୍ରଶ୍ନର ଉତ୍ତର ରଖିଥିଲେ |
ନୂତନ ଆଇନ୍ ଏବଂ ନିଶା ନିବାରଣ ସଚ଼େତନତା କାର୍ଯ୍ୟକ୍ରମ।

More Stories
ଆମ ସଂକଳ୍ପ ସଚେତନତା ରଥ ର ଶୁଭାରମ୍ଭ
ପ୍ଲାଷ୍ଟିକ ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା ଏକ ସାମାଜିକ ଦାୟିତ୍ୱ।
ଯାଜପୁରର ବିକାଶ ପାଇଁ ଉଭୟ ନେତା ଏକାଠି।