ଗଞ୍ଜାମ:- (ଆମ ଓଡିଶା ଖବର)ଆସିକା ବ୍ଳକ ଅନ୍ତର୍ଗତ ଜୟପୁର ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ନୂତନ ରାସନ୍ କାର୍ଡ ଓ ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ଉତ୍ସବ ପୂର୍ବାହ୍ନ ୧୧ଟା ବେଳେ ଅନୁଷ୍ଠିତ ହୋଇଯାଇଛି। ଆସିକା ବିଧାୟକ ଙ୍କ ଦ୍ଵାରା ସମସ୍ତ ହିତାଧିକାରୀ ମାନଙ୍କୁ ନୂତନ ରାସନ୍ କାର୍ଡ ଓ ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ। ପଂଚାୟତ ର ସମସ୍ତ ଗ୍ରାମ କୁ ପ୍ରଦାନ କରିଥିବା ଅର୍ଥ ରାଶି ଉପରେ ଉପସ୍ଥିତ ଜନତାଙ୍କ ସମ୍ମୁଖରେ ପରି ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ବେଳେ ଉପସ୍ଥିତ ସମସ୍ତ ଜନତା ହର୍ଷ ଉଲ୍ଲାସ ରେ କାର୍ଡ ଗ୍ରହଣ କରିଥିଲେ। ବିଧାୟକ ଙ୍କ ସହ ବହୁ କର୍ମୀ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ପଂଚାୟତ ର ସରପଞ୍ଚ ଓ ୱ।ଡ଼ ମେମ୍ବର ମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ ଆଗେଇ ନେଇଥିଲେ। ପଢାଳ ସ୍ବାସ୍ଥ୍ୟ କେନ୍ଦ୍ର ର ଡ଼ାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ ଜୟପୁର,ତରାସିଙ୍ଗି ର ଅଙ୍ଗନବାଡ଼ି କର୍ମୀ,ଆଶାକର୍ମୀ ଉପସ୍ଥିତ ରହି ନିଜ ନିଜର କ୍ଷେତ୍ର ର ହିତାଧିକାରୀ ଙ୍କୁ କାର୍ଡ ପାଇଁ ପଠାଉଥିଲେ।
ଆରମ୍ଭ ରୁ ଶେଷ ପର୍ଯ୍ୟାନ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଟି ଅତି ଉଲ୍ଲାସ ରେ ଉଦଯାପିତ ହୋଇଯାଇଛି।
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ


More Stories
ବ୍ରହ୍ମପୁରରେ ଉଦଘାଟିତ ହେଲାତୃତୀୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
ତୃତୀୟ ଅନ୍ତର୍ଜାତୀୟ ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫ ।
ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଏଡସ ଦିବସ ପାଳିତ ।