ଗଂଜାମ:(ଆମ ଓଡିଶା ଖବର)ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ ପୁଟିଆପଦର ପଞ୍ଚାୟତର ଦିଗାପଡା ଗ୍ରାମର ସୁନିଲ କୁମାର ନାଇକଙ୍କ ଏକାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳ ପାଳନ କରାଯାଇଛି। ଉକ୍ତ ଉତ୍ସବରେ ସ୍ଥାନୀୟ ବଜରଙ୍ଗ ଯୁବକ ସଂଘ ସଭାପତି ଓ ସଂଘର ସଭ୍ୟମାନେ ତାଙ୍କ ବାସଭବନରେ ଉପସ୍ଥିତ ରହି ପ୍ରଭୁ ଜଗନ୍ନାଥଙ୍କ ନିକଟରେ
ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶୋକ ସଭା କରିଥିଲେ ।ଏହା ସହିତ ତାଙ୍କର ବନ୍ଧୁ ବାନ୍ଧବ ଓ ଵହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଅମର ଆତ୍ମାର ସଦଗତି ମିଳୁ ବୋଲି ପ୍ରାର୍ଥନା କରି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତଙ୍କ ପରିବାରକୁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବେସାହାରା ପରିବାରରେ କୁ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ । ପ୍ରକାଶ ଥାଉକି ତାଙ୍କର ତିନି ଵର୍ଷ ଶିଶୁ ପୁତ୍ର ଅଛି। ସରକାର ତୁରନ୍ତ ପଦକ୍ଷେପ ନେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଏବଂ ଦୁର୍ଘଟଣା ଘଟାଇ ଫେରାର ଥିବା ଯାନକୁ ଗିରଫ କରିବା ପାଇଁ ସଂଘ ଓ ତାଙ୍କର ସ୍ତ୍ରୀ ଏଵଂ ମାଆ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ।
ହିଞ୍ଜିଳିକାଟୁ ରୁ ଜିଲ୍ଲା ପ୍ରତିନିଧି ରଞନ କୁ ମାର ରାଉତଙ୍କ ରିପୋର୍ଟ


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l