ରାୟଗଡ ଜିଲ୍ଲା (ଆମ ଓଡିଶା ଖବର):-ତା.୦୯/୦୬/୨୫-ଜିଲ୍ଲାପାଳଙ୍କ ଦ୍ଵାରା ସରକାରଙ୍କ ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ ହେବାକୁ ଥିବା ବିକାଶ ମେଳା ର କର୍ଯ୍ୟନ୍ଵୟନ ବିଷୟ ରେ ଆଲୋଚନା ହୋଇଥିଲା। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପସ୍ତୁତିରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତିର ଉପଲଭଧି ବିଶେଷ କରି ଏକ ବର୍ଷ ଭିତରେ ବିଭିନ୍ନ ଯୋଜନାରେ ଉପଲବ୍ଧିକୁ ଲୋକଙ୍କ ପାଖରେ ପହଂଚାଇବା ଉଦେଶ୍ୟରେ ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ଭlବରେ କରାଯିବ l ଆସନ୍ତା ଜୁନ ୧୨ ତାରିଖରୁ ଆସନ୍ତା ଜୁନ ୨୧ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ବିକାଶ ମେଳା ଆୟୋଜନ କରାଯିବ l ଏହାସହିତ ବିକାଶ ବାହାନା ପ୍ରତ୍ୟେକ ବ୍ଲକରେ ପହଂଚି ଗ୍ରାମ ପଂଚାୟତ ମାନଙ୍କରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମ୍ବନ୍ଧରେ ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବେ l ଏହି ବାହନ ପରିକ୍ରମା ସମୟରେ ସରକାରଙ୍କ ବିଭିନ୍ନ ବିଭାଗର ସହାୟତା, ପ୍ରମାଣ ପାତ୍ର, ଖାଉଟି କାର୍ଡ, ଆଧାର କାର୍ଡ, ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା,ଜଙ୍ଗଲ ଜମି ପଟ୍ଟା, ମୃତିକା ସ୍ଵାସ୍ତ୍ୟ କାର୍ଡ, ଓ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ l ଏହି ବାହନ ସୂଚlରୁ ପରିଚାଳନା ନିମନ୍ତେ ପରୀଚାଳନା ନିମନ୍ତେ ପ୍ରତ୍ୟେକ ବ୍ଲକରେ ନୋଡାଲ ଅଧିକାରୀ ନିଯୁକ୍ତ କରାଯାଇଛି l ସେହିପରି ପୌରାଞ୍ଚଳ ନିମନ୍ତେ ମଧ୍ୟ ବିକାଶ ବାହନ ପରିକ୍ରମା କରିବ l ନିର୍ବାହୀ ଅଧିକାରୀ ମାନଙ୍କ ତତ୍ତ୍ୱlବଧାନରେ ଏହି ବାହନ ପରିକ୍ରମା କରିବ l ବାହାନକୁ ସ୍ୱାଗତ କରିବା ନିମନ୍ତେ କାର୍ଯ୍ୟକ୍ରମ ବିଡ଼ିଓ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ଦ୍ୱାରା ବ୍ୟବସ୍ଥା କରାଯିବ l ଏହାସହିତ ବିକାଶ ମେଳରେ ଖାଦ୍ୟ ମେଳା, କ୍ରୀଡା, ବିଭିନ୍ନ ପ୍ରତିଯୋଗିତା, ସବସ୍କୃତିକ କାର୍ଯ୍ୟକ୍ରମ, ବୌଦ୍ଧିକ କର୍ମଶାଳା ଆଦି ଅନୁଷ୍ଠିତ l ବିଭିନ୍ନ ବିଭାଗର ଉନ୍ନୟନ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ l ଏହି ସମୀକ୍ଷା ବୈଠରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲାର ସମସ୍ତ ବିଡ଼ିଓ ମାନେ ଉପସ୍ଥିତ ଥିଲେ l
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ।
ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ “କୁମ୍ଭୀର ସଂରକ୍ଷଣର ସୁବର୍ଣ୍ଣ ଜୟନ୍ତୀ” ବିଷୟରେ ପାଠଚକ୍ର ଅନୁଷ୍ଠିତ।
ନୂତନ ପେନସନ ଯୋଜନା (NPS) ସଚେତନତା ଶିବିର ଆୟୋଜିତ।