ରାୟଗଡା ଜିଲ୍ଲା (ଆମ ଓଡିଶା ଖବର ):-ତା ୧୦-୬-୨୦୨୫
ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜନସାଧାରଣଙ୍କୁ ବ୍ୟାପକ ସଚେତନତା କରିବା ନିମନ୍ତେ ଚଳିତ ଜୁନ ମାସ ୧୨ ଠାରୁ ୨୧ ତାରିଖ ମଧ୍ୟରେ ପ୍ରତି ଗ୍ରାମ ପଞ୍ଚାୟତ ରେ ବୁଲିବ ବିକାଶ ବାହନ। ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରାୟଗଡା ବ୍ଳକ ସଦଭାବନା ସଭା ଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ ମିଶ୍ର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଳକ ନୋଡାଲ ଅଧିକାରୀ କାଳୁଚରଣ ନାୟକ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ଗାଡିର ଦୈନିକ ଯାତ୍ରା ଯୋଜନା, ବିଭିନ୍ନ ବିଭାଗୀୟ ସୁବିଧା ସୁଯୋଗ ବଣ୍ଟନ, ମୌଳିକ ସମସ୍ୟା ଚିହ୍ନଟ ଓ ଅଭିଯୋଗ ଗ୍ରହଣ ଆଦି ବିଷୟରେ ଆଲୋଚନା କରିଥିଲେ । ଏଥିରେ ଜଙ୍ଗଲ, ସ୍ଵାସ୍ଥ୍ୟ, ଜୀବିକା ମିଶନ, ମହିଳା ଓ ଶିଶୁ ବିକାଶ, ସାମାଜିକ ସୂରକ୍ଷା, ଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ପଶୁପାଳନ, ଶ୍ରମ, କୃଷି, ବ୍ୟାଙ୍କର ଆଦି ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଆଧାର ପଞ୍ଜିକରଣ, ଇ କେ ୱାଇସି ଅଧୁନାତନ ସହ ନୂତନ ବ୍ୟାଙ୍କ ଆକାଉଣ୍ଟ ଆଦି ସୁବିଧା ଉପଲବ୍ଧ ନେଇ ଆଲୋଚନା କରାଯାଇଥିଲା।
ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ ସାହୁ ଓ ଡ: ସୁନିଲ ମହାପାତ୍ର, ରେଞର କାମେଶ୍ଵର ଆଚାରୀ, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗ୍ରାମ ପଞ୍ଚାୟତ ସ୍ତରୀୟ ନୋଡାଲ ଅଧିକାରୀ ବ୍ଳକ ଜୀବିକା ମିଶନ ମ୍ୟାନେଜର ପ୍ରମୂଖ ସମସ୍ତ ବ୍ଳକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ରାଷ୍ଟ୍ରୀୟ ସଂଗୀତ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ପାଳିତ।
ରାଷ୍ଟ୍ରୀୟ ସଂଗୀତ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ପାଳିତ।
ରାଷ୍ଟ୍ରୀୟ ସଂଗୀତ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ପାଳିତ।