ନବଘନ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା
ବେଗୁନିଆପଡା, (ଆମ ଓଡିଶା ଖବର): ଚଳିତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷାରେ ଗଞ୍ଜାମ ମାଟିର ସୁନା ଝିଅ ତଥା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ସ୍ଥିତ ନବଘନ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସଂଯୁକ୍ତା ସାମଲ ଗଞ୍ଜାମ ଜିଲ୍ଲା ରେ ଟପର ହୋଇଥିବା ବେଳେ ମଙ୍ଗଳବାର ତାଙ୍କୁ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଛି | ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ମହାବିଦ୍ୟାଳୟ ପରିସରରେ ସମ୍ବାଦ ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ସଂଯୁକ୍ତା ଙ୍କୁ ଫୁଲତୋଡ଼ା, ଉପଢୌକନ ଏଵଂ……. ଦେଇ ପୁରସ୍କୃତ କରିଥିଲେ ସମ୍ବାଦ ଦୈନିକ ଖବର କାଗଜର ପ୍ରତିଷ୍ଠାତା ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ | ଏହି ଅବସରରେ ସାରା ରାଜ୍ୟରୁ ବିଭିନ୍ନ ବିଭାଗ ରେ ଟପର ହୋଇଥିବା ଶତାଧିକ ଛାତ୍ର ଛାତ୍ରୀ ପୁରସ୍କୃତ ହୋଇଥିବା ବେଳେ ବୁରୁଝରୀ ମାଟିର ମେଧାବୀ ଛାତ୍ରୀଙ୍କ ଏହି ସଫଳତା ପରେ ଜିଲ୍ଲା ବାସୀ ବେଶ ଖୁସି ଅନୁଭବ କରିଛନ୍ତି | ନବଘନ ନାୟକ ଉଚ ମାଧ୍ୟମିକ ବିଦ୍ୟାଳୟରେ ପାଠଉପଯୋଗୀ ଶିକ୍ଷାଦାନ, କଲେଜ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଅକ୍ଲାନ୍ତ ପରିଶ୍ରମ ତଥା ସଂଯୁକ୍ତାଙ୍କ ନିଷ୍ଠା ବଳରେ ସେ ଆଜି ରାଜ୍ୟ ସ୍ତରରେ ପୁରସ୍କୃତ ହୋଇ ପାରିଛନ୍ତି ବୋଲି କହିଛନ୍ତି କଲେଜ ର ପ୍ରତିଷ୍ଠାତା ଶ୍ରୀ ତ୍ରିନାଥ ନାହାକ |
ରିପୋର୍ଟ :ଦେବାଶିଷ ମହାରଣା


More Stories
ବ୍ରହ୍ମପୁରରେ ଉଦଘାଟିତ ହେଲାତୃତୀୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
ତୃତୀୟ ଅନ୍ତର୍ଜାତୀୟ ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫ ।
ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଏଡସ ଦିବସ ପାଳିତ ।