ଜରଡା ଗଡ଼ ର ପାର୍ଥ ସାରଥି ମନ୍ଦିର ଠାରୁ ଗୋପିନାଥ ଶ୍ଵାମି ମନ୍ଦିର ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵ ନାଳ ମୁକୁଳା”” ଆଗକୁ ‘ପାର୍ଥ ସାରଥି’ ( ଜଗନ୍ନାଥ ସ୍ଵାମୀ) ଙ୍କ ରଥଯାତ୍ରା “”

ଗଞ୍ଜାମ:- (ଆମ ଓଡିଶା ଖବର)ପାତ୍ରପୁର ବ୍ଳକ ଅନ୍ତର୍ଗତ ଜରଡାଗଡ ଗ୍ରାମ ପଞ୍ଚାୟତ ସଦର ପଲ୍ଲୀ ଜରଡାଗଡ ରେ ‘ପାର୍ଥ ସାରଥୀ ‘ ୧୨୪୦ ଖ୍ରୀ:ଅରେ ପ୍ରତିଷ୍ଠିତ। ଏହି ମନ୍ଦିରଟି ଆନ୍ଧ୍ର ସିମାନ୍ତ ଅଞ୍ଚଳକୁ ଲାଗି ରହିଛି । ପ୍ରତିବର୍ଷ ଏଠାକୁ ଲକ୍ଷାଧିକ ଶ୍ରଧେୟ ଶ୍ରଦ୍ଧାଳୁ ପ୍ରଭୁ କୃପା ଲାଭ କରିବା ନିମନ୍ତେ ଆସନ୍ତି।
ଖ୍ରୀ:ଅ ୧୨୪୦ ରୁ ସ୍ବୟଂ ଜଗନ୍ନାଥ ପାର୍ଥ ସାରଥି ବା ସାରଥୀ ଗୋସେଇଁ ରୂପେ ପୂଜା ପାଆନ୍ତି।ଜରଡା ଗଡ଼ ଚତୁଃପାର୍ଶ୍ଵରେ ପାହାଡ଼ ପାଦଦେଶରେ ମନ୍ଦିର ପ୍ରତିଷ୍ଠିତ। ଜଗନ୍ନାଥ ମନ୍ଦିର ଠାରୁ ଗୋପିନାଥ ଶ୍ଵାମି ମନ୍ଦିର ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵରେ ନାଳ ନିର୍ମିତ କୁମ୍ଭାର ସାହି ପର୍ଯ୍ୟନ୍ତ।ନାଳ ମରାମତି ପାଇଁ ନାଳ ର ଢାଙ୍କୁଣି ବାହାର କରିଛନ୍ତି ଏବଂ କିଛି ଢାଙ୍କୁଣି ନଷ୍ଟ ହୋଇଛି। ଚଳିତ ବର୍ଷ ଠିକାଦାର ନାଳରୁ ମରାମତି ପାଇଁ କାର୍ଯ୍ୟ ଆରମ୍ଭ କରିବାର ଅନେକ ମାସ ବିତି ଗଲାଣି ଅଦ୍ୟାବଧି ତାହା ସମ୍ପୁର୍ଣ୍ଣ ହୋଇ ପାରୁନି।
ଆଉ କେତୋଟି ଦିନ ପରେ ପାର୍ଥ ସାରଥି ଙ୍କ ଯାତ୍ରା ଲକ୍ଷାଧିକ ଶ୍ରଧେୟ ଶ୍ରଦ୍ଧାଳୁ ଙ୍କ ସାମାଗମ ନାଳ ମୁକୁଳା ରହିଲେ ବହୁ ଜନତା ଙ୍କ ଧନ ଜୀବନ ପ୍ରତି ବିପଦ ତତ୍ ସହିତ ନାଳ ମୁକୁଳା ଥିବାରୁ ବଡ଼ ବଡ଼ ସର୍ପ ପାହାଡ ରୁ ଖସି ନାଳ ଦେଇ ସ୍ଥାନୀୟ ବାସିନ୍ଦାଙ୍କ ଘରେ ପ୍ରବେଶ କରନ୍ତି।ଜନତା ଙ୍କ ବାରମ୍ବାର ଅଭିଯୋଗ ସତ୍ବେ ଠିକାଦାର କର୍ଣ୍ଣପାତ କରୁନଥିବା ଅଞ୍ଚଳ ବାସୀ କ୍ଷୋଭ ପରିପ୍ରକାଶ କରିଛନ୍ତି। ଯାତ୍ରା ପୂର୍ବରୁ ନାଳ ମରାମତି ଓ ନାଳ ଉପରେ ଢାଙ୍କୁଣି ଢାଙ୍କା ନ ଯାଏ ତେବେ ଆମ ଆଦମୀ ପାର୍ଟିର ପାତ୍ରପୁର ବ୍ଳକ ବିଧାନସଭା ଆବାହକ ଢୁକା ଶ୍ରୀନିବାସ ରେଡ୍ଡୀ ଓ ସ୍ଥାନୀୟ ବାସିନ୍ଦା ରାଜ ରାସ୍ତା କୁ ଓହ୍ଲେଇବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

error: Content is protected !!