ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
ଖୋରଧା,ଟାଙ୍ଗୀ (ଆମ ଓଡ଼ିଶା ଖବର)୦୫/୦୩/୨୦୨୪:- ଉତ୍କଳ ଜନନୀର ସୁଯୋଗ୍ୟ ସନ୍ତାନ ଏ ମାଟିର ମଉଡମଣୀ, ଦୁଃଦ୍ଧଶ ବୈମାନିକ, ମୁକ୍ତି ଆନ୍ଦୋଳନ ର ପ୍ରମୁଖ ଯୋଦ୍ଧା ବିଜୁ ପଟ୍ଟନାୟକ ଙ୍କ ୧୦୮ତମ ଜନ୍ମଜୟନ୍ତୀ ଉତ୍ସବକୁ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର ଭିନ୍ନ ଭାବରେ ପାଳନ କରିଅଛନ୍ତି l ଏହି ଅବସରରେ ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରିବାପାଇ ଖୋରଧା ନିର୍ବାଚନମଣ୍ଡଳୀ ର ବିଭିନ୍ନ ସ୍ଥାନରେ ଯଥା :- ଖୋରଧାସ୍ଥିତ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ ଏବଂ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି, ଟାଙ୍ଗୀ ସରକାରୀ ଚିକିତ୍ସାଳୟ ରେ ରୋଗୀମାନଙ୍କୁ ଫଳ ବଣ୍ଟନ, ଟାଙ୍ଗୀ ବୃଦ୍ଧାଶ୍ରମ, ମଙ୍ଗଳାଯୋଡି ବରିଷ୍ଠ ନାଗରିକ ଆବାସ, ମୋଟସ୍ଥିତ ବରିଷ୍ଠ ନାଗରିକ ଆବାସ, ପାଣିଛତ୍ର, ଚମ୍ପାଝରସ୍ଥିତ ବରିଷ୍ଠ ନାଗରିକ ନିବାସ, ଏବଂ ପଦ୍ମପୁର, ଖଜୁରୀପଡା ଜରା ନିବାସ ରେ ପହଞ୍ଚି ଅନ୍ତେବାସି ମାନଙ୍କ ଗହଣରେ ଉପସ୍ଥିତ ରହି ବିଜୁ ବାବୁଙ୍କ ଜୟନ୍ତୀ ପାଳନ କରିବାସହ ତାଙ୍କର ବହୁବିଧ ଗୁଣାବଳି ସମ୍ପର୍କ ରେ ସ୍ମୁତି ଚାରଣ କରି ନୂତନ ବସ୍ତ୍ର, ଫଳମୂଳ ଏବଂ ପାଉରୁଟି, ବିସ୍କୁଟ ବଣ୍ଟନ କରିଥିଲେ. ବାସନ୍ତୀ ମହାପାତ୍ର, ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି l


More Stories
୨୦ତମ ଜାମ୍ବୋରେଟ୍ ସ୍ୱତନ୍ତ୍ର ଟ୍ରାଇବାଲ୍ ତୃତୀୟ ଦିନରେ ୨୭୦ ପ୍ରକାର ଖାଦ୍ୟ ପ୍ରଦର୍ଶନ କଲେ ସ୍କାଉଟ୍ ଗାଇଡ୍।
ଆନ୍ତର୍ଜାତିୟ ଟାଏକୋଣ୍ଡୋ ପ୍ରତିଯୋଗୀତାରେଅମରଦୀପଙ୍କୁ ସୂର୍ଣ୍ଣ ପଦକ।
କୁଶମାଟି କ୍ଳଷ୍ଟର ଅଭିନବ ପ୍ରୟାସ ” ମାନସ ମନ୍ଥନ”