ଜିଲାରେ ଶୁଭାରମ୍ଭ ହେଲା ବିକାଶ ମେଳାକେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ନିକଟକୁ ପହଂଚାଇବା ବିକାଶ ମେଳା ଲକ୍ଷ୍ୟ।

ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର :- ତା. ୧୨/୦୬/-କେନ୍ଦ୍ରରେ ସରକାରଙ୍କ ୧୧ବର୍ଷ ପୂର୍ତି ଓ ଓଡିଶା ସରକାରର ୧ବର୍ଷ ପୂର୍ତି ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲାରେ ଗୁରୁବାର ବିକାଶ ମେଳାର ଶୁଭାରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲାରେ ପୂର୍ବାହ୍ନ ୧୧ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିକାଶ ବାହନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ପାରୁଲ ପଟାୱରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ । ଏହି ବିକାଶ ବାହନ ଗୁରୁବାର ଠାରୁ ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ବିଷୟରେ ଲୋକଙ୍କୁ ସଚେତନତା କରିବା ସହିତ ଜନସାଧାରଣ ସମସ୍ତ ସରକାରୀ ଯୋଜନାର କିଭଳି ଲାଭ ପାଇପାରିବେ ସେନେଇ ସଚେତନତା କରିବ । ନାରୀ ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନାରେ ୧କୋଟିରୁ ଉର୍ଦ୍ଧ ମହିଳାଙ୍କୁ ସ୍ୱାବଲମ୍ବୀ ପାଇଁ ଆର୍ଥିକ ସହଯୋଗ, ୧୭ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିବା, ଯୁବବର୍ଗ, ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ ଛାତ୍ରୀଛାତ୍ରଙ୍କ ପାଇଁ ଉଚ୍ଚ ଶିକ୍ଷାରେ ୧୧.୨୫% ସ୍ଥାନ ସଂରକ୍ଷଣ, ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ, ସରକାରୀ ଚାକିରି ସୀମା ୪୨ ବର୍ଷକୁ ବୃଦ୍ଧି, ରାଜ୍ୟରେ ସରକାର ଗଠନ ପରେ ପ୍ରଥମ ୧୦ ମାସରେ ୪୦,୨୬୬ ମୂଳ ପଦବୀ ପୂରଣ, ତୃଣମୂଳସ୍ତରରେ କ୍ରୀଡ଼ାର ବିକାଶ ପାଇଁ ୩୧୪ଟି ବ୍ଲକସ୍ତରୀୟ ଷ୍ଟାଡ଼ିୟମ ନିର୍ମାଣ କାର୍ଯ୍ଯ ତ୍ୱରାନ୍ୱିତ ଏବଂ ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ପାଇଁ ପ୍ରତିଶୃତି ଆଦି ଉପରେ ଏହି ବିକାଶ ରଥ ସଚେତନତା କରିବ । ସେହିଭଳି କୃଷକଙ୍କ ପାଇଁ ରାଜ୍ୟ ସରକାର ଆସିବା ପରେ ଧାନ ମୂଲ୍ୟ ବୃଦ୍ଧି ସହିତ ଇନପୁଟ୍ ସହାୟତା, ଶୀତଲ ଭଣ୍ଡାର, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ୧୯,୩୬୧.୬୯ କୋଟି ଟଙ୍କାର ଋଣ ପ୍ରଦାନ ଓ କାମଧେନୁ ଯୋଜନାରେ ରାଜ୍ୟରେ ୧୫ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ ଉପକୃତ ହେବା ଆଦି ଉପରେ ଲୋକଙ୍କୁ ସଚେତନତା କରାଯିବ । ସେହିଭଳି ଶ୍ରମିକଙ୍କ ପାଇଁ କାମ ସବୁ ହାତକୁ, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦ ଏବଂ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରିଥିବା ବିକାଶକୁ ଲୋକଙ୍କ ନିକଟକୁ ପହଂଚାଇବ ଏହି ବିକାଶ ବାହନ । ଏହାପରେ ସ୍ଥାନୀୟ ଅଶୋକ ମଣ୍ଡପ ଠାରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଅଂଶଗ୍ରହଣ କରି ମାଣ୍ଡିଆ ପିଠା ସମେତ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ପାରୁଲ ପଟାୱରୀ ଉଦଘାଟନ କରିଥିଲେ । ଏହି ୧୦ ଦିନିଆ ବିକାଶ ମେଳା ଅବସରରେ ସ୍ଥାନୀୟ ଜିସିଡ଼ି ପଡ଼ିଆ ଠାରେ ୧୦ଦିନିଆ ବିକାଶ ମେଳା କାର୍ଯ୍ୟକ୍ରମକୁ ସନ୍ଧ୍ୟା ୫ଟାରେ ଜିଲାପାଳ ପାରୁଲ ପଟାୱରୀ ଯୋଗଦେଇ ଉଦଘାଟନ କରିଛନ୍ତି । ଏହା ଆସନ୍ତା ୧୦ ଦିନଯାଏଁ ଚାଲିବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ତଥା ଯୁଗାନ୍ତକାରୀ ଯୋଜନା ବିଷୟରେ ଜିଲ୍ଲାପାଳ ପାରୁଲ ସୂଚନା ଦେଇଥିଲେ । ଚାଷ ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ର ସମେତ ସମସ୍ତ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଜିଲ୍ଲାର ଜନସାଧାରଣ ଉପକୃତ ହୋଇଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ଏହି ବିକାଶମୂଳକ କାର୍ଯ୍ୟ ଜାରି ରହିବ ବୋଲି ଜିଲ୍ଲାପାଳ ପାରୁଲ କହିଥିଲେ । ଏହି ଅବସରରେ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବି ଓ ଅନ୍ୟ କଳାକାରମାନଙ୍କ କଳା ଲୋକଙ୍କୁ ଆକୃଷ୍ଟ କରିଥିଲା ।
ଆଜିର ଏହି ମେଳlରେ ସମ୍ମାନିତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ଏସ ସ୍ୱାତୀ କୁମାର, ଖଣ୍ଡିୟ ବନ ଅଧିକାରୀ ଶ୍ରୀ ସଚିନ ଆନ୍ନା ସାହେବ ଓହଲେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ରାୟଗଡ଼ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରଣ ଦୀପ କୌର ସାହାଟେ, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ପ୍ରକଳ୍ପ ପ୍ରଶାସକ, ସାମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ରାୟଗଡ଼ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି ଗୁରୁବାର ଦିନ ପ୍ରତି ବ୍ଳକ ଓ ପୌରାଞ୍ଚଳ ସଦରମହକୁମା ଠାରେ ବିକାଶ ବାହାନ ର ଶୁଭ ଉଦଘାଟନ କରାଯାଇଥିଲା । ପରେ ତାହା ଗ୍ରାମ ପଞ୍ଚାୟତ ସ୍ତରରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବ ।
ରାୟଗଡ ବ୍ଲକର ହାଲୁଆ ଓ ଗୁମ୍ମା ଗ୍ରାମ ପଞ୍ଚାୟତ ସଦର ମହକୁମାରେ ଏହି କାର୍ଯ୍ୟକ୍ରମ ମହାସମାରୋହରେ ଆୟୋଜିତ ହୋଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ବିକାଶ ବାହନକୁ ସ୍ବାଗତ କରାଯାଇଥିଲା । ବିଭିନ୍ନ ବିଭାଗ ସରକାରୀ ସୁବିଧା ସୁଯୋଗ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା । ଆଧାର ପଞ୍ଜିକରଣ ସହ ନୂତନ ବ୍ୟାଙ୍କ ଆକାଉଣ୍ଟ ମାନ ଖୋଲାଯାଇଥିଲା । ଏକ ପେଡାଲ ମାଁକେ ନାମ ସ୍ଲୋଗାନରେ ବୃକ୍ଷ ରୋପଣ କରାଯାଇଥିଲା । ନୁତନ ହିତାଧିକାରୀଙ୍କୁ ପେନସନ ଓ ଅନ୍ତଦୋୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ରାୟଗଡ ବିଡିଓ ସୁଜିତ ମିଶ୍ର ପ୍ରକାଶ କରିଛନ୍ତି ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!