ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର )ରାୟଗଡ଼ ପୌରାଞ୍ଚଳ ଅନ୍ତର୍ଗତ ରାଣୀ ଗୁଡା ଫାର୍ମ ନିକଟସ୍ଥ ଦୀପ୍ତି କନ୍ ଭେଣ୍ଟ ରୋଡ଼ ର ତ୍ରିନାଥ ମନ୍ଦିର ସମ୍ମୁଖ ରାସ୍ତା ପାର୍ଶ୍ବରେ ଏକ ବିରାଟ ଶୁଖା ଗଛ ବିପଦ ସଂକୁଳ ଅବସ୍ଥା ରେ ଅଛି। ସେ ଗଛକୁ ଲାଗି ପାଖ ନାଳ ବି ଦିନକୁ ଦିନ ବନ୍ଦ ହେବାକୁ ବସିଲାଣି। ସେ ବାଟ ଦେଇ ଲୋକମାନେ ଯିବ ଆସିବା କରୁଛନ୍ତି ଓ ଦୀପ୍ତି କନ୍ ଭେଣ୍ଟ ବିଦ୍ଯାଳୟକୁ ପିଲାମାନେ ଯିବାଆସିବା କରୁଛନ୍ତି। ଗଛଟି ଏପରି ଅଛି ଯେ ହଠାତ୍ କାହା ଉପରେ ପଡ଼ି ଧନ ଜୀବନ ହାନୀ କରିପାରେ। ଏ ବିଷୟରେ ପଦକ୍ଷେପ ନେବାପାଇଁ ସାହି ବାସିନ୍ଦା ଜିଲ୍ଲା ପାଳ ମହାଶୟ, ବନ ବିଭାଗ ଅଧିକାରୀ, ପୌରାଞ୍ଚଳ ଅଧିକାରୀ, ବିଦ୍ଯୁତ୍ ବିଭାଗ ଅଧିକାରୀ ମାନଙ୍କୁ ଲିଖିତ ବହୁବାର ଜଣାଇଛନ୍ତି। ଅଦ୍ଯାବଧି କିଛି ପଦକ୍ଷେପ ନନିଆଯିବା ବଡ଼ ଦୁଃଖର ବିଷୟ ବୋଲି ସାହି ବାସିନ୍ଦା ଭି. ରମଣ ମୂର୍ତ୍ତି, ଆନନ୍ଦ ଚନ୍ଦ୍ର ପଣ୍ଡା, ଜୟଦେବ ସିଠ, ଦିବାକର ମହାନ୍ତି, ରାଜ କିଶୋର ସାହୁ, ରାଜେନ୍ଦ୍ର ନାୟକ, ସ୍ବପ୍ନା ପଟ୍ଟନାୟକ ଇତ୍ୟାଦି ନିବେଦନ କରିଛନ୍ତି ତୁରନ୍ତ ଜିଲ୍ଲା ପ୍ରଶାସନ ଏହାର ଦାୟିତ୍ୱ ନେଲେ ଆଗତ ଅସୁବିଧା ଦୂର ହୋଇପାରିବ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ବୁଡ଼ାଗୁଡ଼ା ଗ୍ରାମ ପଡ଼ିଆ ଠାରେ ଜିତୁ ଓ ନରେଶ ମେମୋରିଆଲ କ୍ରିକେଟ ନୋକ୍ଆଉଟ୍ ଟୁର୍ଣ୍ଣାମେଣ୍ଟ ଶୁଭ ଉଦ୍ଘାଟନ , ଜିଲୁଣ୍ଡା ଟିମ୍ ହେଲେ ବିଜୟୀ।
ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ।
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.