ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ର ମିଶନ ଶକ୍ତି ବିଭାଗ ପକ୍ଷରୁ ବେଗୁନିଆପଡା ବ୍ଲକ ପରିସରରେ ଗୁରୁବାର ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଉଦ୍ଘାଟନ କରି ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ପିଠା ଦେଖିବା ସହ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ବିଡିଓ ସସ୍ମିତା ଶତପଥି, ସାଂସଦ ପ୍ରତିନିଧି ଆଲୋକ କୁମାର ଶତପଥି,ଏବିଡ଼ିଓ ନିରଞ୍ଜନ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ସାହୁ, ସି ଡି ପି ଓ ଲଳିତା ମଲିକ, ଯୋଗାଣ ଅଧିକାରୀ ବାଦଲ କୁମାର ବେହେରା, ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ, କାଶୀନାଥ ବେହେରା,ବିନୋଦ ଚନ୍ଦ୍ର ଜେନା,ସମିତି ସଭ୍ୟ ମାଧବ ରାଉତ ପ୍ରମୁଖ ଯୋଗଦେଇଥିଲେ । ପ୍ରତିଯୋଗିତା ରେ ୧୩ଟି ମହିଳା ଗୋଷ୍ଠୀ ଭାଗ ନେଇଥିଲେ । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥ୍ବା ସାଙ୍କୁଡ଼ାର ମା’ ଅମ୍ବିକା ମହିଳା ଗୋଷ୍ଠୀକୁ ପାଞ୍ଚ ହଜାର ଓ ଦ୍ବିତୀୟ ସ୍ଥାନ ହାସଲ କରିଥିବା କେ.ବରିଡାର ମାନିନୀ ମହିଳା ଗୋଷ୍ଠୀକୁ ଚାରି ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏଥିରେ ଅଂଶ ଗ୍ରହଣ କରିଥିବା ସମସ୍ତ ଗୋଷ୍ଠୀଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ନିଜସ୍ବ ଅର୍ଥରୁ ପ୍ରଦାନ କରିବାକୁ ବିଧାୟକ କହିଥିଲେ। ଏଥିସହ ୧୨୪ ଜଣ ହିତାଧିକାରୀଙ୍କୁ ବିଧାୟକ ରାସନ କାର୍ଡ ପ୍ରଦାନ କରିଥିଲେ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ବୁଡ଼ାଗୁଡ଼ା ଗ୍ରାମ ପଡ଼ିଆ ଠାରେ ଜିତୁ ଓ ନରେଶ ମେମୋରିଆଲ କ୍ରିକେଟ ନୋକ୍ଆଉଟ୍ ଟୁର୍ଣ୍ଣାମେଣ୍ଟ ଶୁଭ ଉଦ୍ଘାଟନ , ଜିଲୁଣ୍ଡା ଟିମ୍ ହେଲେ ବିଜୟୀ।
ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ।
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.