ଶତାୟୁ ମହିଳାଙ୍କ ସ୍ମୃତିରେ ଶୋକ ସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ।

ପୁରୀଜିଲ୍ଲା ( ଆମ ଓଡ଼ିଶା ଖବର) ଡେ଼ଲାଙ୍ଗ ତା ୧୭-୬-୨୫ ଡେ଼ଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡ ମୋଟରି ଗ୍ରାମର ଶତାୟୁ ମହିଳା ସ୍ୱର୍ଗତ ଚନ୍ଦ୍ରମଣି ମହାପାତ୍ରଙ୍କ ଦଶାହ ଉପଲକ୍ଷେ ଏକ ଶୋକ ସଭା ଓ  ‘ ମା’ ଉପରେ ଆଧାରିତ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଚନ୍ଦ୍ରମଣି ମହାପାତ୍ରଙ୍କ ସୁପୁତ୍ର  ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର  ମହାପାତ୍ର  ଓ ପୁତ୍ରବଧୁ  ସୁଲେଖିକା ତଥା ଡେ଼ଲାଙ୍ଗ ଶିଶୁ ସାହିତ୍ୟ ସଂସଦର ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାସଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ଏହି କବିତା ପାଠ ଉତ୍ସବରେ ଅନେକ କବି ଓ କବୟିତ୍ରୀ ଯୋଗ ଦେଇ ସ୍ଵ ରଚିତ କବିତାମାନ ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଶୋକ ସଭାରେ ଶିକ୍ଷାବିତ୍ ରମେଶ ଚନ୍ଦ୍ର ରାଉତରାୟ, ଡାକ୍ତର ପ୍ରଭାସ  ପ୍ରଧାନ, ଲକ୍ଷ୍ମୀଧର ପାଠୀ, ରାଜକିଶୋର ଦାସ,ରୋହିତ ଚଂପତି, ଶିକ୍ଷକ  ଅଭୟ ଚରଣ ସାହୁ ସ୍ମୃତି ଚାରଣ କରିବା ସହ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।  ମାଆ ଙ୍କ ଉପରେ ଆଧାରିତ କବିତା ପାଠୋତ୍ସବକୁ ଶିକ୍ଷକ ଶ୍ରୀ ଅଭୟ ଚରଣ ସାହୁ ସଂଯୋଜନା କରିଥିବା ବେଳେ କବି  ଦିଗମ୍ବର ରଥ , ନାରାୟଣ ମନୋହରୀ, ହରିହର ବଳବନ୍ତରାୟ,  ପ୍ରଭାତ କୁମାର ସେଠୀ , ଦିଲ୍ଲୀପ ରାଉତରାୟ , ନିରଞ୍ଜନ ସାମନ୍ତରାୟ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ ।  ଏଥି ସହିତ ଗୀତା ପାଠ ଓ  ଭଜନ   ସମାରୋହ ଅନୁଷ୍ଠିତ ହେଇଥିଲା । ଆୟୋଜକ  ଗୋପାଳ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ରଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

ଡେ଼ଲାଙ୍ଗ/ଜଟଣୀରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।

error: Content is protected !!